ବ୍ୟୁରୋ: ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀ ଶ୍ରୀମନ୍ଦିର ଆସୁଥିବା ଭକ୍ତ ମାନଙ୍କ ପାଇଁ ଆସିଲା ଖୁସୀ ଖବର। ଏଥର ଶ୍ରୀମନ୍ଦିରରେ ଭକ୍ତ ମାନଙ୍କୁ ମିଳିବ ମାଗଣା ମହାପ୍ରସାଦ । ପ୍ରତିଦିନ ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ମିଳିବ ମାଗଣା ଅବଢ଼ା। ଭକ୍ତ ମାନଙ୍କୁ ମାଗଣା ପ୍ରସାଦ ବଣ୍ଟନ ପାଇଁ ବିଭିନ୍ନ ଦାତାଙ୍କ ସହ ଆଲୋଚନା ଚାଲିଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ। ଶ୍ରୀମନ୍ଦିର ଆସୁଥିବା ପ୍ରତ୍ୟେକ ଭକ୍ତ ମହାପ୍ରଭୁଙ୍କ ଅବଢ଼ା ଯେପରି ପାଇବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି।

Leave a Reply

Your email address will not be published. Required fields are marked *