ବ୍ୟୁରୋ: ଦିନକୁ ଦିନ ରାଜସୁନାଖଳା ଅଞ୍ଚଳରେ ଚୋରା ମାଙ୍କଡା ପଥର ଚାଲାଣ ବଢ଼ିବାରେ ଲାଗିଥିବା ବେଳେ, ରାଜସୁନାଖଳା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୁଣ୍ଡୁରିଆ ଠାରେ ମାଙ୍କଡା ବୋଝେଇ ଟ୍ରାକ୍ଟରକୁ ଧରିଥିଲା। ପୋଲିସ ଗାଡିକୁ ଦେଖି ଗାଡି ଡ୍ରାଇଭର ଓ ହେଲ୍ପର ଦୌଡ଼ି ପଳାଇଥିଲେ। ରାଜସୁନାଖଳା ପୋଲିସ ଉକ୍ତ ଗାଡିକୁ ଜବତ କରି ୨୯୫/୨୪ରେ ଏକ ମାମଲା ରୁଜୁ କରିଛି। ପଥର ଚୋରା ଚାଲାଣ ରୋକିବାପାଇଁ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟ କରିବା ପାଇଁ ସାଧାରଣରେ ଦାବୀ ହୋଇଛି।

Leave a Reply

Your email address will not be published. Required fields are marked *