ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରଥଯାତ୍ରାର ଠାକୁର ରାଜା ତଥା ପୂର୍ବତନ ବରିଷ୍ଠ ପ୍ରଶାସକ ଭାରତ ଭୂଷଣ ଜଗଦ୍ଦେବ ମିଳିଛି ଡକ୍ଟରେଟ ଉପାଧି । ଶ୍ରୀ ଜଗଦ୍ଦେବ ଏକାଧାରରେ ଜଣେ ବରିଷ୍ଠ ଆଇନଜୀବୀ , ସୁ-ଶାସକ , ଜ୍ୟୋତିଷ ବିଶାରଦ , କବି ଓ ଲେଖକ । ଜ୍ୟୋତିଷ ଶାସ୍ତ୍ର ଉପରେ ଶ୍ରୀ ଜଗଦ୍ଦେବ ଗବେଷଣା କରି ଜ୍ୟୋତିର୍ବିଦ୍ ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ନିଜ ଭିଟାମାଟିର ଦେବାଦେବୀ ଏବଂ ଜଗନ୍ନାଥଙ୍କ ଉପରେ ଏକାଧିକ କାବ୍ୟ ରଚନା କରିବା ସହିତ ସୁ-ରଚିତ ପୁସ୍ତକ ଉନ୍ମୋଚିତ କରି ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଜ୍ୟୋତିର୍ବିଦ୍ ତଥା ଭାରତ ଭୂଷଣ ଜଗଦ୍ଦେବଙ୍କୁ ମିଳିଛି ସମ୍ମାନ ଜନକ ଡକ୍ଟରେଟ ଉପାଧି ।

ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ୧୨୦ ଜଣ ଜ୍ୟୋତିର୍ବିଦ୍ ଯୋଗଦେଇଥିଲେ। ବାସ୍ତୁ ଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ର ଉପରେ ଗବେଷଣା କରି ସଫଳତା ହାସଲ କରିଥିବା ଯୋଗୁଁ ଭାରତ ଭୂଷଣ ଜଗଦ୍ଦେବଙ୍କୁ ସମ୍ମାନ ଜନକ ଭାବେ  ମିଳିଛି ଡକ୍ଟରେଟ ଉପାଧି । ମାନ୍ୟବର ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ ପ୍ରମୋଦ କୁମାର ପଟ୍ଟନାୟକ ଶ୍ରୀଜଗଦେଵଙ୍କୁ ଏହି ସମ୍ମାନ ଜନକ ଉପାଧି ପ୍ରଦାନ କରିଥିଲେ। ଏହି ସମ୍ମାନ ପାଇଁ ଟାଙ୍ଗୀ ଅଞ୍ଚଳବାସୀ ଶ୍ରୀ ଜଗଦ୍ଦେବ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *