ବ୍ୟୁରୋ : ଗାତ ହୋଇଗଲା ଆଇଗିଣିଆ ଫ୍ଲାଏ ଓଭର ବ୍ରିଜ । ୪୦୭ ମିନି ଟ୍ରକର ଓଜନ ସମ୍ଭାଳି ପାରିଲାନି ଏହି ନୂଆ କରି ନିର୍ମାଣ ହୋଇଥିବା ଫ୍ଲାଏ ଓଭର ବ୍ରିଜ।

କୋଟି ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଥିଲା ଏହି ବ୍ରିଜ। କିନ୍ତୁ ଏତେ ନିମ୍ନ ମାନର କାମ ହୋଇଛି ଯେ ସାମାନ୍ୟ ୪୦୭ ଟ୍ରକର ଓଜନ କୁ ସମ୍ଭାଳି ପାରିଲିନି ବ୍ରିଜ। ସୂଚନା ଅନୁଯାୟୀ ଆଜି ଅପରାହ୍ନ ରେ ଏକ ୪୦୭ ମିନି ଟ୍ରକ,  ଭୁବନେଶ୍ୱର ଆଇଗିଣିଆ ନିକଟ ଫ୍ଲାଏ ଓଭର ବ୍ରିଜ ଉପରେ ଯାଉଥିବା ସମୟରେ ହଟାତ ମିନି ଟ୍ରକର ଆଗ ଚକରେ ଦାବି ହୋଇ ବ୍ରିଜରେ ଏକ ବିରାଟ ଗାତ ହୋଇଯାଥିଲା।

ପରେ ଟ୍ରକର ଡ୍ରାଇଭର ହେଲପର ଓ ସ୍ଥାନୀୟ ଜନସାଧାରଣଙ୍କ ସହାୟତାରେ ଟ୍ରକଟି ଗାତରୁ ବାହାରିଥିଲା। ତେବେ ସମସ୍ତିଙ୍କ ମନରେ ଗୋଟିଏ ପ୍ରଶ୍ନ ଏତେ ଶୀଘ୍ର ବ୍ରିଜ କିପରି ଗାତ ହେଲା। ଆଜି ଯଦି କୌଣସି ବଡ଼ ଧରଣର ଅଘଟଣ ହୋଇଥାନ୍ତା ସେଥିପାଇଁ କିଏ ଦାୟୀ ରହିଥାନ୍ତା।

Leave a Reply

Your email address will not be published. Required fields are marked *