Advertisement

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ କନ୍ତିଆ ପଞ୍ଚାୟତ ଅନ୍ତର୍ଗତ ଶ୍ରୀସୋମନାଥ ବାଲୁଙ୍କେଶ୍ଵର ଦେବ ମହିଳା ମହାବିଦ୍ୟାଳୟର, ଲାଇବ୍ରେରୀ ଆଟେଣ୍ଡାଣ୍ଟ ଶ୍ରୀମତୀ ପୁଷ୍ପିତା ରାଣୀ ଦାସଙ୍କ, ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ସତ୍ୟବ୍ରତ ମହାନ୍ତିଙ୍କ ସଭାପତିତ୍ଵରେ ଏହି ସଭା ଅନୁଷ୍ଠିତ ହୋଇଥିଲା।

ବିଦାୟୀ ଆଟେଣ୍ଡାଣ୍ଟ ଶ୍ରୀମତୀ ଦାସ ଚାକିରୀ ଜୀବନରେ କଲେଜ ପ୍ରତି ଥିବା ତାଙ୍କର କର୍ତ୍ତବ୍ୟ ନିଷ୍ଠା, କାର୍ଯ୍ୟାନୁବର୍ତ୍ତୀତା, ସହନଶୀଳତାକୁ ସମସ୍ତେ ପ୍ରଶଂସା କରିଥିଲେ। ତାଙ୍କର ଅବସର ଜୀବନ ସୁଖମୟ ହେବା ପାଇଁ ସମସ୍ତେ କାମନା କରିଥିଲେ। ଏହି ଉତ୍ସବରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରୀମାନେ ଉପସ୍ଥିତ ରହି  ବିଦାୟୀ ଲାଇବ୍ରେରୀ ଆଟେଣ୍ଡାଣ୍ଟ  ଶ୍ରୀମତୀ ପୁଷ୍ପିତା ରାଣୀ ଦାସଙ୍କୁ ସମ୍ବଦ୍ଧିତ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *