ବ୍ୟୁରୋ: ଜଟଣୀ ଥାନା ଅଧିନ ଗୋରା ଧର୍ମ ସାଗର ଅଞ୍ଚଳରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଏକ ପରିତ୍ୟକ୍ତ କୂଅରେ ପଡ଼ି ଦାଦା ପୁତୁରାଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଖବର ଜଟଣୀରେ ଶୋକର ଛାୟା ଖେଳାଇ ଦେଇଛି  ।

ସୂଚନା ମୁତାବକ ଜଟଣୀ ଗୋରା ଧର୍ମସାଗର ଅଞ୍ଚଳର ନିଖିଳ ନାୟକ ୧୮ ବର୍ଷ କୌଣସି ଏକ ଘଟଣାକୁ ନେଇ ଘର ନିକଟରେ ଥିବା ଏକ ପରିତକ୍ତ କୂଅ କୁ ଡେଇଁ ପଡ଼ିଥିଲେ। ଏହି ଖବର ଶୁଣି ପୁତୁରାକୁ ଉଦ୍ଧାର କରିବାକୁ ଦାଦା ଦୁଲାରାମ ନାୟକ କୂଅ ଭିତରକୁ ଡେଇଁ ପଡ଼ିଥିଲେ । କିନ୍ତୁ ଉଭୟ ଦାଦା ଓ ପୁତୁରା କେହି କୂଅ ଭିତରୁ ବାହାରି ପାରି ନଥିଲେ । ସ୍ଥାନୀୟ ଲୋକମାନେ ବହୁ ଚେଷ୍ଟା କଲେ ମଧ୍ୟ କାହାରିକୁ କୂଅ ଭିତରୁ ବାହାରକୁ କାଢ଼ିପାରିନଥିଲେ। ପରେ ଦମକଳ ବାହିନୀଙ୍କୁ ଖବର ଦିଆଯାଇଥିଲା ।

ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବହୁ ଚେଷ୍ଟା ପରେ ଉଭୟଙ୍କୁ ଉଦ୍ଧାର କରି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଡାକ୍ତର ଉଭୟ ଦାଦା ପୁତୁରାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।

Leave a Reply

Your email address will not be published. Required fields are marked *