ବ୍ୟୁରୋ:  ଖୋର୍ଦ୍ଧା ସଂକୁଳର ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଜଟଣୀ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ପରିସରରେ ଗତ ୦୭ ତାରିଖରୁ ଆରମ୍ଭ ହୋଇ ଗତ କାଲି ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟଶାଳା ରେ ଖୋର୍ଦ୍ଧା ସଂକୁଳ ଅନ୍ତର୍ଗତ ୮ଟି ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିରର ମୋଟ ୧୩୧ ଜଣ ଗୁରୁଜୀ , ଗୁରୁମା ପ୍ରଶିକ୍ଷଣ ନେଇଥିଲେ।

ଶିକ୍ଷା ବିକାଶ ସମିତି ଓଡିଶା ଯୋଜନା ଅନୁସାରେ ଶିଶୁ ବାଟିକା,୧ମ ୨ୟ ଶ୍ରେଣୀ ମୌଳିକ ସ୍ତର, ୩ୟ ରୁ ୫ମ ଶ୍ରେଣୀ ପ୍ରସ୍ତୁତି ସ୍ତର ୬ଷ୍ଠ ରୁ ୮ମଶ୍ରେଣୀ ମଧ୍ୟ ସ୍ତର ବିଭାଜନ କରାଯାଇ, ଏହି ଶ୍ରେଣୀ ମାନଙ୍କରେ ପଢାଉଥିବା ଗୁରୁଜୀ ଗୁରୁମା ମାନଙ୍କୁ ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଶିକ୍ଷଣ କରାଯାଇଥିଲା। ୦୬ଟି ସାମୂହିକ କାଳାଂଶ ସହିତ ପ୍ରତି ବିଭାଗ ର ୧୦ଟି ଶୈକ୍ଷିକ କାଳାଂଶ ଏହିପରି ମୋଟ ୧୬ଟି କାଳାଂଶର ପ୍ରଶିକ୍ଷଣ ହୋଇଥିଲା। ପଦ୍ମନାଭ ସାହୁ ଖୋର୍ଦ୍ଧା ଜିଲ୍ଲା ପ୍ରମୁଖ , ନଳିନୀକାନ୍ତ ପଣ୍ଡା  ଖୋର୍ଦ୍ଧା ସଂକୁଳ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଦୀପ ପ୍ରଜ୍ଜଳନ କରି ଉଦଘାଟିତ କରିଥିଲେ। ଗତକାଲି ଉଦଯାପନ ସଭାରେ ବିଦ୍ୟାଳୟର ପୂର୍ବତନ ସଭାପତି ଶ୍ରୀଯୁକ୍ତ ତ୍ରିଲୋଚନ ମହାପାତ୍ର, ବିଦ୍ୟାଳୟ ଉପସଭାପତି ସରୋଜ କୁମାର ବଳିୟାରସିଂହ, ସଭାପତି ପ୍ରସନ୍ନ କୁମାର ରଥ, ଜଟଣୀ ନଗରର ସଂଘ ଚାଳକ ତଥା ବରିଷ୍ଟ ସାମ୍ବାଦିକ ନିଳାମ୍ବର ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଜଟଣୀ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ତଥା ବ୍ୟବସ୍ଥା ସଂଯୋଜକ ମାନସ ରଞ୍ଜନ ଜେନା ଓ ଗୁରୁଜଙ୍ଗ ପ୍ରଧାନ ଆଚାର୍ଯ୍ୟ  ଦୁଷ୍ମନ୍ତ କୁମାର ସୁବୁଦ୍ଧି ଶୈକ୍ଷିକ ସଂଯୋଜକ କାର୍ଯ୍ୟଶାଳା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *