ବ୍ୟୁରୋ: ଜଟଣୀ ପୌର ପରିଷଦ ଅଧିନ କୁଦିଆରି ର ଗ୍ରାମଦେବୀ  ମା’ ଜାଗୁଳାଇଙ୍କ ପୀଠରେ ମଙ୍ଗଳବାର ଠାରୁ  ଆରମ୍ଭ ହୋଇଥିବା ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବର ଦ୍ଵିତୀୟ ଦିବସରେ ମା’ ଆଜି ଚନ୍ଦ୍ରଘଣ୍ଟା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସକାଳୁ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ସରିବା ପରେ, ସନ୍ଧ୍ୟାରେ ମା’ ଙ୍କୁ ମହାସ୍ନାନ କରାଯାଇ ଚିତ୍ରକାର ବିଜୟ ପଣ୍ଡା ମା’ଙ୍କୁ ଚନ୍ଦ୍ରଘଣ୍ଟା ବେଶରେ ସଜ୍ଜିତ କରାଯାଇଥିଲା । ପରେ ଗୁପ୍ତ ପୂଜା ସରିବା ପରେ ଦ୍ୱାର ଖୋଳାଯାଇ ମା’ଙ୍କର ଆଳତି ହେବା ସହ ଭକ୍ତ ମାନେ ମା’ ଙ୍କର ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା। ମା’ ଙ୍କ ର ସ୍ନାନ ଜଳ ଭକ୍ତ ମାନଙ୍କୁ ବଣ୍ଟନ କରାଯାଇଥିଲା । ଆସନ୍ତା କାଲି ମା’ କୁସ୍ମାଣ୍ଡା  ବେଶରେ  ଦର୍ଶନ ଦେବେ ବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି । ପଣ୍ଡିତ ଶ୍ରୀ ହରିହର ଦାଶ ସନ୍ଧ୍ୟାରେ ଚଣ୍ଡୀ ପାଠ କରିଥିବା ବେଳେ, କମିଟି ର ସଭାପତି ରାଧାମୋହନ ପଟ୍ଟନାୟକ, ସମ୍ପାଦକ ଏଲ ଡ଼ି ମହାନ୍ତି, ଅନନ୍ତ ବେହେରା ଦିପୁ ପାଲ, ଶିବ ପ୍ରସାଦ କହଁର, ବିବେକ ଦଳାଇ , ବିକାଶ ବେହେରା , ଅଶୋକ ଦାଶ , ବିନୋଦ ଦାଶ , ଚନ୍ଦ୍ରଶେଖର ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *