Advertisement

ବ୍ୟୁରୋ: ସରିଲା କୁଦିଆରି ଦଶଦୋଳ ମେଳଣ। ଗତ ୪ତାରିଖରୁ ଆରମ୍ଭ ହୋଇଥିବା ଏହି ଦଶଦୋଳ ମେଲଣ ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି।  ଶେଷ ଦିବସରେ ଗୋଧୂଳି ବେଳାରେ ସମସ୍ତ ଠାକୁରଙ୍କ ନିକଟରେ ଭୋଗ ଆଟିକା ଲାଗି ହେବା ପରେ ହରିବୋଲ ହୁଳହୁଳି, ଘଣ୍ଟ ଘଣ୍ଟା, ଭେରୀ ତୁରୀ, ଆଲଟ, ଚାମର, ବାଜା ବାଣ ସହିତ ଠାକୁର ମେଳଣ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଗ୍ରାମରୁ ୪୦ଟି ଦୋଳବିମାନରେ ଆସିଥିବା ନିମନ୍ତ୍ରିତ ଠାକୁର ସ୍ଥାନାଧିପତି ଶ୍ରୀପତିତପାବନ ଦେବ ଓ ଚନ୍ଦ୍ରଶେଖର ଦେବଙ୍କ ସହ ହରିହର ହୋଇଥିଲା ପରେ ସମସ୍ତ ଠାକୁର ନିଜ ନିଜ ମନ୍ଦିରକୁ ଫେରିଥିଲେ।

Advertisement

Leave a Reply

Your email address will not be published. Required fields are marked *