ବ୍ୟୁରୋ: ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ବିଶିଷ୍ଟ ଲେଖିକା ଗୀତା ମେହେଟାଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି। ଗୀତା ଜଣେ ସୁଲେଖିକା, ଡକୁମେଣ୍ଟାରୀ ଫିଲ୍ମ ନିର୍ମାତା ଓ ସାମ୍ବାଦିକା ଭାବେ ସୁଖ୍ୟାତି ଅର୍ଜନ କରିଥିଲେ। ଗୀତାଙ୍କ ସ୍ୱାମୀ ଆମେରିକାର ପ୍ରଖ୍ୟାତ ପ୍ରକାଶକ ସୋନୀ ମେହେଟ୍ଟାଙ୍କ ଗତ ୨୦୧୯ ମସିହାରେ ପରଲୋକ ହୋଇଥିଲା। ଗୀତା ୧୯୪୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତରେ ଶିକ୍ଷା ଗ୍ରହଣ କରିବା ସହ ଲଣ୍ଡନର କ୍ରେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ମଧ୍ୟ କରିଥିଲେ । ଭଉଣୀ ଗୀତାଙ୍କ ମୃତ୍ୟୁ ଖବର ପାଇ ଗଭୀର ଦୁଃଖରେ ମର୍ମାହତ ହୋଇପଡିଛନ୍ତି ନବୀନ ପଟ୍ଟନାୟକ। ଗୀତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟର ସମସ୍ତ ମନ୍ତ୍ରୀ, ବିଧାୟକ ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *