ବ୍ୟୁରୋ, ୦୩/୦୩ : ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି ବନ୍ଧାହେଲେ, ଟାଟୁ କରିଥିବା ବ୍ୟକ୍ତି ଓ ଟାଟୁ ଦୋକାନ ମାଲିକ। ଉଭୟଙ୍କୁ ଗିରଫ କରିଛି ସହିଦନଗର ପୋଲିସ । ଗିରଫ ହୋଇଥିବା ବ୍ୟକ୍ତି ହେଲେ ରକି ରଞ୍ଜନ ବିଷୋୟୀ ଓ ଅଶ୍ନିନୀ ପ୍ରଧାନ। ଉଭୟଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ସହିଦନଗର ଥାନାରେ ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରିବା ନେଇ ଅଭିଯୋଗ ପରେ ଟାଟୁ ଦୋକାନରେ ଚଢ଼ାଉ କରିଥିଲା ପୋଲିସ।