ବ୍ୟୁରୋ : ଦୟାନଦୀ ବ୍ରିଜ ତଳକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣଙ୍କ ହେଉଛନ୍ତି ପୁରୀ ଜିଲ୍ଲା କଣାସ ଥାନା ଅଧିନ କାତପଡା ଗାଁର ପ୍ରକାଶ ଚନ୍ଦ୍ର ସାହୁ (୨୮)। ମୃତଦେହକୁ ଅଗ୍ନିଶମ ବିଭାଗ କର୍ମଚାରୀ  ନଦୀରୁ ଉଦ୍ଧାର କରିଛନ୍ତି। ପ୍ରକାଶ ରବିବାର ବିଳମ୍ବିତ ରାତିରେ ନଦୀକୁ ଡେଇଁ ପଡ଼ିଥିଲେ। ସୋମବାର ଭୋର୍ ରୁ ନଦୀରୁ ମୃତଦେହକୁ ଉଦ୍ଧାର କରାଯାଇଥିଲା। କଣାସ ପୋଲିସ ବ୍ରିଜ ଉପରୁ ପ୍ରକାଶଙ୍କ ସ୍କୁଟି ଓ ଚପଲକୁ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ର କାରଣ ଜଣାପଡିନାହିଁ। ପରିବାର ଲୋକେ କଣାସ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ ପ୍ରକାଶ ଭୁବନେଶ୍ୱର ଭରତପୁର ଅଞ୍ଚଳରେ ଏକ ଜନସେବା କେନ୍ଦ୍ର ଖୋଲିଥିଲେ। ଗତ ଦେଢ଼ ମାସ ପୂର୍ବରୁ ସେ ବିବାହ କରିଥିଲେ। ରବିବାର ରାତିରେ ଜନସେବା କେନ୍ଦ୍ର ବନ୍ଦ କରି ଗାଁକୁ ଫେରିବା ବାଟରେ ଓଭରବ୍ରିଜ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକ ଜାଣିବା ପରେ ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପ୍ରକାଶଙ୍କୁ ଖୋଜିବାକୁ ସମସ୍ତେ ଲାଗିପଡ଼ିଥିଲେ। ପ୍ରକାଶ ନମିଳିବାରୁ ଅଗ୍ନିଶମ ବିଭାଗକୁ ଖବର ହେଇଥିଲେ। ଅଗ୍ନିଶମ କର୍ମଚାରୀ ମାନେ ପାଣିରେ ଅନେକ ସମୟ ଖୋଜାଖୋଜି କରିଥିଲେ ମଧ୍ୟ ପ୍ରକାଶଙ୍କୁ ପାଇ ନଥିଲେ। ପରେ ସୋମବାର ଭୋରରୁ ଖୋଜାଖୋଜି ପରେ ପ୍ରକାଶଙ୍କ ଶବ ପାଣିରୁ ଉଦ୍ଧାର କରିଥିଲା।

Leave a Reply

Your email address will not be published. Required fields are marked *