Advertisement

ବ୍ୟୁରୋ: ଜଟଣୀ ସହରରୁ ବିପୁଳ ପରିମାଣର ବେଆଇନ  ବିସ୍ପୋରକ ସାମଗ୍ରୀ ଜବତ କରିଛି ଜଟଣୀ ପୋଲିସ। ଏହା ସହ ବିସ୍ପୋରକ ବିକ୍ରେତାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଜଟଣୀ ବଡନୂଆଗାଁ ର ଉମାକାନ୍ତ ଶତପଥି । ସୂଚନା ମୁତାବକ ଜଟଣୀ ଥାନା ଅଧିନ ବଡ଼ ନୂଆଗାଁ ରେ ବେଆଇନ ଭାବେ ବିସ୍ପୋରକ ସାମଗ୍ରୀ ବିକ୍ରି ହେଉଥିବା ଖବର ପାଇ ଜଟଣୀ ପୋଲିସ ଚଢ଼ାଉ କରି ସେଠାରୁ ୫କିଲୋ ସଲଫର, ୫ କିଲୋ ବରାତ, ୧କିଲୋ ପୋଟାସିୟମ ନାଇଟ୍ରେଟ, ୫କିଲୋ ଅଙ୍ଗାର, ୨ କିଲୋ ଆଲୁମିନିୟମ ପାଉଡର, ୫କିଲୋ ଗନ ପାଉଡର, ୧୦ କିଲୋ ଗନ ପାଉଡର ବଲବ, ୭ କିଲୋ ବିଭିନ୍ନ ରାସାୟନିକ ପାଉଡର, ବାଣ ତିଆରି ମେସିନ, ହାତ ତିଆରି ଡବଲ ଶର୍ଟ ଏବଂ ସିଂଗିଲ ଶର୍ଟ ବାଣ ଏବଂ ବାଣ ତିଆରି ପାଇଁ ଆବଶ୍ୟକ ସାମଗ୍ରୀକୁ ଜବତ କରିଛି। ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରି ଜଟଣୀ ଥାନା ୧୩୧/୨୪ ରେ କେସ ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

Advertisement

Leave a Reply

Your email address will not be published. Required fields are marked *