ବ୍ୟୁରୋ: ଜଟଣୀର ବିଶିଷ୍ଟ ସମାଜସେବିକା ସ୍ବର୍ଗତା ରତ୍ନମଣି ଦେବୀଙ୍କ ଚତୁର୍ଥ ବାର୍ଷିକ ସ୍ମୃତି ଚାରଣ ସଭା ଓ ପ୍ରତିଭା ସମ୍ମାନ ଉତ୍ସବ, ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ଠାରେ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ଫାଉଣ୍ଡେସନ ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ, ରାଜ୍ୟ ସଭା ସାଂସଦ ତଥା ଲୋକପ୍ରିୟ ଚଳଚିତ୍ର ଅଭିନେତା ମୁନା ଖାଁ ମୁଖ୍ୟଅତିଥି ଭାବେ ଯୋଗ ଦେଇ, ଜଣେ ବ୍ୟକ୍ତି ଜୀବନ କାଳ ମଧ୍ୟରେ ସାଧାରଣ ଲୋକ ତଥା ସମାଜ ପାଇଁ ଯଦି କିଛି ଭଲକାମ କରିଥାଏ, ତେବେ ତାର ମୃତ୍ୟୁ ପରେ ସେ ଲୋକ ସବୁଦିନ ପାଇଁ ଜନ ସାଧାରଣଙ୍କ ମାନସ ପଟରେ ବସା ବାନ୍ଧି ରହିଥାଏ। ଯେପରିକି ମଦର ଟେରେସା କୁଷ୍ଠ ରୋଗୀଙ୍କ ସେବା କରି ସବୁଦିନ ପାଇଁ ଅମର ହୋଇ ରହିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ସମସ୍ତଙ୍କୁ ସମାଜର ଗରିବ ନିସହାୟ, ଅସହାୟ,ସାଧାରଣ ଲୋକଙ୍କ ପାଇଁ କିଛି ଭଲ କାମ କରିବା ପାଇଁ ପ୍ରେରଣା ଯୋଗାଇବ।

ଏହି ସ୍ମୃତି ଚାରଣ କାର୍ଯ୍ୟକ୍ରମରେ ଜଟଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ଛୋଟରାୟ, ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷା ବାସନ୍ତ ସାହୁ, ଡେଲାଙ୍ଗ ବ୍ଲକ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ ଓ ଜଟଣୀ ବ୍ୟବସାୟୀ ମହାସଂଘ ସଭାପତି ସୁଦର୍ଶନ ସୁନ୍ଦରାୟ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ରତ୍ନମଣି ଦେବୀଙ୍କ ଭଳି ସମାଜରେ ଭଲ କାମ କରିବା ପାଇଁ, ସବୁବେଳେ ଆମେ ଚେଷ୍ଟା କରିବା ଉଚିତ ବୋଲି କହିଥିଲେ । ଦୁଇ ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ଅବନୀ କୁମାର ରାଉତରାୟ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ । ସାଧାରଣ ସଂପାଦକ ଜବାହର ଲାଲ ସୁବୁଦ୍ଧି ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୁର୍ବତନ ପୁରୀ ଜିଲ୍ଲା ପରିଷଦ ସଭ୍ୟ ପ୍ରଶନ୍ନ ମହାରଥୀ, ବରିଷ୍ଠ ଶିକ୍ଷକ ନେତା ତ୍ରିନାଥ ସାମନ୍ତରାୟ, ପ୍ରଶାନ୍ତ ମିଶ୍ର, ଧୀରେନ ପ୍ରତିହାରୀ, ସାରଙ୍ଗଧର ବେହେରା, ଜଟଣୀ ବିକାଶ ପରିଷଦର କାର୍ଯ୍ୟକାରୀ-ସଭାପତି ରାଜେନ୍ଦ୍ର ପଟ୍ଟନାୟକ, ଆଇନଜୀବୀ ଅମରେଶ ରାଉତରାୟ, ଆଶୁତୋଷ ରାୟ, ଆଶିଷ ମହାପାତ୍ର, ରବିନ୍ଦ୍ର ପ୍ରସାଦ ମିଶ୍ର, ଯୁବ ସଂଗଠକ ସୁଶାନ୍ତ ରାଉତ, ବିଜୟ କୁମାର ଜେନା, ରୀନା ବାଳା ମାଝୀ, ସନ୍ତୋଷୀ ଜାଲି, ସସ୍ମିତା ବଳିୟାରସିଂହ, ସେଖ ସରିଫ, ବାସୁଦେବ ସେଠୀ, ହବିବୁର ରହେମନ, ଦୁର୍ଯ୍ୟୋଧନ ସିଂହ, ଅଭିମନ୍ୟୁ ବଳିୟାରସିଂହ, ରସିକ ଚନ୍ଦ୍ର ମହାପାତ୍ର, ଗୀତାଞ୍ଜଳୀ ବରାଳ, ରୀନା ସାହୁ, ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଆଶା କର୍ମୀ ସବିତା ଦାସ, ଅଙ୍ଗନଓ୍ବାର୍ଡି କର୍ମୀ ଜୟଶ୍ରୀ ସାହୁ, ବରିଷ୍ଠ ଶିକ୍ଷକ ନେତା ତ୍ରିନାଥ ସାମନ୍ତରାୟ, ସମାଜ ସେବିକା ପ୍ରତିଭା ପଟ୍ଟନାୟକ, ଯୁବ ସମାଜସେବୀ ବୈକୁଣ୍ଠନାଥ ମାଝୀଙ୍କୁ ରତ୍ନମଣି ଦେବୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଶେଷରେ ସମାଜସେବୀ ବିଜୟ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ରତ୍ନମଣି ଦେବୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା ଓ ଫୁଲଓ୍ବାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନ ଓ ଜଟଣୀର ବରିଷ୍ଠ ଶିକ୍ଷକ ଜୁଲଫୁକାର ଅଲ୍ଲୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *