ବ୍ୟୁରୋ: ମହିଳା ମାନଙ୍କୁ ମିଳିବ କିପରି ସୁରକ୍ଷା । କିପରି ମହିଳାମାନେ ନିରାପଦରେ ଘରୁ ବାହାରି, ପାଠ ପଢିବା ପାଇଁ ସ୍କୁଲ କଲେଜ ଯାଇପାରିବେ। ଏହାସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କିପରି ମହିଳା ମାନଙ୍କୁ ମିଳିବ ସମ୍ମାନ ଓ ଅଧିକାରୀ।  ଏଭଳି ଅନେକ ବିଷୟକୁ ନେଇ ଜଟଣୀ ପୋୖର ପରିଷଦ ଅଧିନ ରାମଚନ୍ଦ୍ରପୁରସ୍ଥ ବାବା ଆଖଣ୍ଡଳମଣୀ ମନ୍ଦିର ପରିସରରେ ସମାଜସେବୀ ତଥା ସାମ୍ବାଦିକ ରବୀନ୍ଦ୍ରନାଥ ମହାକୁଡ଼ଙ୍କ ନେତୃତ୍ୱରେ ମହିଳା ମାନେ ଏକାଠି ହୋଇ ଆଲୋଚନା କରିଥିଲେ। ଆଗାମୀ ଦିନରେ ଜଟଣୀ ପୋୖର ପରିଷଦର ୨୩ ଗୋଟି ୱାର୍ଡ ସହ ଜଟଣୀ ବ୍ଲକର ୧୫ଟି ପଞ୍ଚାୟତର ମହିଳା ମାନଙ୍କୁ ନେଇ ଏକ ବିରାଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମହାକୁଡ଼ କହିଛନ୍ତି। ଏହି ଆଲୋଚନାରେ ମହିଳା ସ୍ବେଚ୍ଛାସେବୀ ସତ୍ୟଭାମା ସାହୁ, ଟିକିନା ପ୍ରଧାନ, ସାୟନି ତାଣ୍ଡି, ବିନ୍ଦୁ ସାହୁ, ସୁନିତା ଦେବୀ, ସାବିତ୍ରୀ ଦେବୀ, ସୁଶାନ୍ତ ପଟ୍ଟନାୟକ, କ୍ରିଷ୍ଣା ସାମନ୍ତରାୟଙ୍କ ସହିତ ବହୁ ମହିଳା ଯୋଗ ଦେଇଥିଲେ। ଶେଷରେ ସମସ୍ତ ମହିଳାମାନେ ମନ୍ଦିର ପରିସର ସଫା କରିଥିଲେ।

Leave a Reply

Your email address will not be published. Required fields are marked *