ବ୍ୟୁରୋ: ଜଟଣୀ ଅଞ୍ଚଳର ବିଶିଷ୍ଟ ସମାଜସେବିକା ସ୍ବର୍ଗତା ରତ୍ନମଣି ଦେବୀଙ୍କ ପଞ୍ଚମ ବାର୍ଷିକ ସ୍ମୃତି ଚାରଣ ସଭା ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ଫାଉଣ୍ଡେସନ ପକ୍ଷରୁ ଏଜି ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ଅବନୀ କୁମାର ରାଉତରାୟ ଏହି କାର୍ଯ୍ୟକ୍ରମକୁ ପୌରହିତ୍ୟ କରିଥିଲେ । ସାଧାରଣ ସଂପାଦକ ଜବାହର ଲାଲ ସୁବୁଦ୍ଧି ପ୍ରାରମ୍ଭିକ ସୁଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ପ୍ରସନ୍ନ ମହାରଥୀ, ସାରଙ୍ଗଧର ବେହେରା, ଜଟଣୀ ବିକାଶ ପରିଷଦର କାର୍ଯ୍ୟକାରୀ-ସଭାପତି ରାଜେନ୍ଦ୍ର ପଟ୍ଟନାୟକ, ଆଡଭୋକେଟ୍ ଆଶୁତୋଷ ରାୟ, ରବିନ୍ଦ୍ର ପ୍ରସାଦ ମିଶ୍ର, ଯୁବ ସଂଗଠକ ସୁଶାନ୍ତ କୁମାର ରାଉତ, ବାସୁଦେବ ସେଠୀ, ହବିବୁର ରହେମନ, କିଶୋର ଚନ୍ଦ୍ର ପାଇକରାୟ, ଦିବାକର ମଙ୍ଗରାଜ, ବିଷ୍ଣୁ ପ୍ରସାଦ ଘଟୁଆରୀ ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ରତ୍ନମଣି ଦେବୀଙ୍କ ଭଳି ସମାଜରେ ଭଲ କାମ କରିବା ପାଇଁ ସମସ୍ତେ ଚେଷ୍ଟା କରିବା ଦରକାର ବୋଲି ପ୍ରସନ୍ନ ମହାରଥୀ କହିଥିଲେ । ପ୍ରାରମ୍ଭରେ ରତ୍ନମଣି ଦେବୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।