ବ୍ୟୁରୋ: ଜଟଣୀର ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ, ଜଟଣୀ ଗାନ୍ଧୀ ପାର୍କ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ତିରୋଧାନ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନର ଚେୟାରମ୍ୟାନ ବରିଷ୍ଠ ସାମ୍ବାଦିକ ତଥା ନୋଟରୀ ପବ୍ଲିକ ଅବନୀ କୁମାର ରାଉତରାୟଙ୍କ ପୌରହିତ୍ୟରେ ତିରୋଧାନ ଦିବସ ପାଳିତ ହୋଇଥିଲା। ଅନୁଷ୍ଠାନର ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଙ୍ଗଠକ କିଶୋର ଚନ୍ଦ୍ର ପାଇକରାୟ, ଶରତ ଚନ୍ଦ୍ର ଦାଶ, ପଦ୍ମନାଭ ପାଣିଗ୍ରାହୀ, ପ୍ରଶାନ୍ତ ମିଶ୍ର, ଧୀରେନ ପ୍ରତିହାରୀ, ସାରଙ୍ଗଧର ବେହେରା, ରେଲୱେ ପେନସନର୍ସ ଆସୋସିଏସନ୍‌ର ସାଧାରଣ ସଂପାଦକ ବିଜୟରାମ ମହାନ୍ତି, ସାହିତ୍ୟିକ ସୁରେଶ ଚନ୍ଦ୍ର ରଥ, ପୂର୍ବତନ ସରପଞ୍ଚ ଦିବାକର ମଙ୍ଗରାଜ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଶନ୍ନ ମହାରଥୀ, ଜଟଣୀ ବିକାଶ ପରିଷଦର କାର୍ଯ୍ୟକାରୀ-ସଭାପତି ରାଜେନ୍ଦ୍ର ପଟ୍ଟନାୟକ, ଆଇନଜୀବୀ ଆଶୁତୋଷ ରାୟ, ଇଞ୍ଜିନିୟର ଭକ୍ତବନ୍ଧୁ ଚୌଧୁରୀ, ରବିନ୍ଦ୍ର ପ୍ରସାଦ ମିଶ୍ର, ବିମଳ ପ୍ରସାଦ ମହାନ୍ତି, ନଟବର ସ୍ବାଇଁ, ବିଷ୍ଣୁ ପ୍ରସାଦ ଘଟୁଆରୀ, ଦିଲ୍ଲୀପ କୁମାର ସାହୁ, ଯୁବ ସଂଗଠକ ସୁଶାନ୍ତ ରାଉତ, ଅଧ୍ୟାପକ ବିଜୟ ପଣ୍ଡା ପ୍ରମୁଖ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ ସଂପର୍କରେ ଆଲୋକପାତ କରିବା ସହିତ ଗାନ୍ଧୀ ବିଚାର ଧାରାର ପ୍ରଚାରପ୍ରସାର ପାଇଁ ଆଜିର ଛାତ୍ର, ଯୁବକ,ମହିଳା ତଥା ବରିଷ୍ଠ ନାଗରିକମାନେ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ । ଶିକ୍ଷକ ନେତା ତ୍ରିନାଥ ସାମନ୍ତରାୟ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *