ବ୍ୟୁରୋ: ଜଟଣୀ କୁସୁମାଟି ଗ୍ରାମର ଅଜୟ କୁମାର ଖୁମାରି, ଆଜି ବାହୁଙ୍ଗିରେ ଭାରା କରି ଦୁଇ ପିଲାଙ୍କୁ, ଜଟଣୀ କୁସୁମାଟିରୁ କାନ୍ଧରେ ବାହୁଙ୍ଗି ବୋହି ଖାଲି ପାଦରେ ଚାଲି ଚାଲି ପୁରୀରେ ପହଞ୍ଚି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି।

ସୂଚନା ଅନୁଯାୟୀ ଜଟଣୀ କୁସୁମାଟିରେ ଅଜୟ ପରିବାର ସହ ବସବାସ କରନ୍ତି। ଅଜୟଙ୍କ ପୁଅର ଦେହ ବହୁତ ଖରପ ହୋଇଥିଲା, ସେ ICU ରେ ରହି ଚିକିତ୍ସିତ ହେଉଥିଲେ। ବାପା ଅଜୟ ପୁଅକୁ ଦେହ ଭଲ ହେବାପାଇଁ ମହାପ୍ରଭୁଙ୍କ ପାଖରେ ମାନସିକ କରିଥିଲେ। ପୁଅର ଦେହ ଭଲ ହୋଇଗଲେ, ବାହୁଙ୍ଗିରେ ପୁଅକୁ ବସେଇ ଜଟଣୀରୁ ବାହୁଙ୍ଗିକୁ କାନ୍ଧେଇ ଖାଲି ପାଦରେ ଚାଲି ଚାଲି ପୁରୀ ଯିବେ। ଆଉ ମହାପ୍ରଭୁଙ୍କୁ ଦର୍ଶନ କରି ମାନସିକ ପୂରଣ କରିବେ।

ପୁଅର ଦେହ ଭଲ ହେଇଗଲା ପରେ ଆଜି ମାନସିକ ପୂରଣ ପାଇଁ, ଆଜି ଅଜୟ ପୁଅ ଓ ଝିଅଙ୍କୁ ବାହୁଙ୍ଗିରେ ବସେଇ ପୁରୀ ଅଭିମୁଖେ ଚାଲି ଚାଲି ଯାଇ ନିଜର ମାନସିକ ପୂରଣ କରିଛନ୍ତି।

Leave a Reply

Your email address will not be published. Required fields are marked *