ବ୍ୟୁରୋ: ଅଗ୍ରଣୀ ସ୍ୱଚ୍ଛାସେବୀ ସଙ୍ଗଠନ ସଖା ପକ୍ଷରୁ ବିଭିନ୍ନ ସ୍ଥାନରେ ଏଡସ୍ ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ  ମ୍ୟୁନିସିପାଲିଟି ହସ୍ପିଟାଲ ପରିସରରେ ଏଡସ୍ ସଂପର୍କରେ ସଚେତନତା ଏବଂ ଟ୍ରାନ୍ସଜେଣ୍ଡରମାନଙ୍କର ଅଧିକାର ଓ ଅସ୍ତୀତ୍ୱ ସମ୍ୱନ୍ଧରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଡସ୍ ବିଷୟରେ ଜାଣିବା ଓ ସଚେତନ ରହିବା ନିହାତି ଜରୁରୀ ହୋଇଥିବା ବେଳେ, ଏହା ସହ HIV ଜୀବନ ଯାପନ କରୁଥିବା ଲୋକ ମାନଙ୍କ ପ୍ରତି ବନ୍ଧୁତ୍ୱପୁର୍ଣ ବ୍ୟବହାର ଦେଖାଇବା ଏବଂ ଏହି ରୋଗର ପ୍ରତିରୋଧ କରିବାକୁ ସେମାନଙ୍କୁ ପରାମର୍ଶ ଦେବାପାଇଁ କାର୍ଯ୍ୟକ୍ରମ ରେ  ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜସେବୀ ମୀରା ପରିଡ଼ା ଆହ୍ୱାନ ଦେଇଥିଲେ। ଏହି ଅବସରରେ ଏଚଆଇଭି ଏଡସ୍ ସଚେତନତା ସହ ଟ୍ରାନ୍ସଜେଣ୍ଡର ପ୍ରୋଟେକ୍ସନ ଆକ୍ଟ ୨୦୨୯ ଓ ଟ୍ରାନ୍ସଜେଣ୍ଡର ମାନଙ୍କର ସ୍ୱାସ୍ଥ୍ୟ ଓ ଅଧିକାର ସମ୍ପର୍କରେ ତଥ୍ୟ ରଖିଥିଲେ ।

କମ୍ୟୁନିଟି ଲିଡର ଇଞ୍ଜନିୟର ଆସିସା ବେହେରା, ସମାଜସେବୀ ମମତା ସିଂ, ସଖାର ସଭାନେତ୍ରୀ ନେହା ମହାପାତ୍ର ଏଡସ୍ ରୋଗର ଭୟାଭୟତା ବିଷୟରେ ନିଜର ମତ ରଖିଥିଲେ। ଟ୍ରାନ୍ସଜେଣ୍ଡରମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା କିପରି ଅତି ସହଜରେ ନିବାରଣ କରିହେବ ସେ ନେଇ ସଖା ପକ୍ଷରୁ ବରିଷ୍ଠ ଡାକ୍ତରମାନଙ୍କ ସହ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କ୍ୟାପିଟାଲ ହସ୍ପିଟାଲର ଏଆରଟି ବିଭାଗର ସିନିୟର ମେଡିକାଲ ଅଫିସର ଡା. ବୈକୁଣ୍ଠ ନାଥ ତ୍ରିପାଠୀ ଓ ମ୍ୟୁନିସିପାଲିଟି ହସ୍ପିଟାଲର ଚି଼ଫ ମେଡ଼ିକାଲ ଅଫିସର ଡା. ସିଦ୍ଧାର୍ଥ ରାୟଙ୍କ ସମେତ ଅନ୍ୟ ଡାକ୍ତର, ନର୍ସ ଓ ଟ୍ରାନ୍ସଜେଣ୍ଡର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ସଖାର କର୍ମକର୍ତ୍ତା ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା।

Leave a Reply

Your email address will not be published. Required fields are marked *