ବ୍ୟୁରୋ: ଜଟଣୀର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପକ୍ଷରୁ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ସୁସ୍ଥ ଏବଂ ନିରାମୟ ଜୀବନ ପାଇଁ ଯୋଗର ଆବଶ୍ୟକତା ରହିଛି। ଜଟଣୀ ପଞ୍ଚାୟତ ସମିତି ପକ୍ଷରୁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜଟଣୀ ବ୍ଲକ ଅଧକ୍ଷା ଜୟନ୍ତୀ ଛୋଟରାୟ, ମଣ୍ଡଳ ଉନ୍ନୟନ ଅଧିକାରୀ ରଶ୍ମିତା ନାଥଙ୍କ ସମେତ ସମସ୍ତ ପଞ୍ଚାୟତ ସମିତି କର୍ମଚାରୀ ଏଥିରେ ଅଂଶଗ୍ରହଣ କରିଥିଲେ।

ସେହିପରି ଜଟଣୀ ପୌରପାଳିକା ପକ୍ଷରୁ ଟାଉନ ହଲ (ସ୍ରଷ୍ଟା) ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟଯୋଶୀ, ପରିଷଦର ଉପାଧ୍ୟକ୍ଷା ଆରତୀ ରାଉତ ,କାଉନସିଲର ବିଷ୍ଣ ସାହୁ, ନୀଳିମା ସାହୁ, ଦିଲୀପ ମାର୍ଥାଙ୍କ ସମେତ ସମସ୍ତ ପୌର କର୍ମଚାରୀ ମାନେ ଏକାଠି ଯୋଗ କରିଥିଲେ।

ଏହାସହ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପକ୍ଷରୁ  ଖୋର୍ଦ୍ଧା ରୋଡ଼ ରେଲୱେ  ଷ୍ଟାଡିୟମ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି । ଖୋର୍ଦ୍ଧା ରୋଡ଼ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା) ଶ୍ରୀ ଶୁଭ୍ରଜ୍ୟୋତି ମଣ୍ଡଳ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଜଟଣୀର ପାତଞ୍ଜଳି ଯୋଗ ସମିତିର ଯୋଗ ଗୁରୁ  ଆଦିନାରାୟଣ ଖଣ୍ଡୁଆଳ  ଓ ଶ୍ୟାମ ସୁନ୍ଦର ପଣ୍ଡା ଯୋଗ ଶିକ୍ଷା ପ୍ରଦାନ କରିଥଲେ। ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ମାନସ ରଞ୍ଜନ ଜେନା ଛାତ୍ରଛାତ୍ରୀ ମାନଙ୍କୁ ଯୋଗର ଉପକାରିତା ବିଷୟରେ କହିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା, ଛାତ୍ରଛାତ୍ରୀ ମାନେ ଏକତ୍ର ହୋଇ ଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *