ବ୍ୟୁରୋ: ଜଟଣୀ ଉପରବସ୍ତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କରବୀପ୍ରଭା ବଳଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପୂର୍ବତନ ସରପଞ୍ଚ ଦିବାକର ମଙ୍ଗରାଜ, ଆଇନଜୀବୀ ବ୍ରଜବନ୍ଧୁ ପ୍ରଧାନ, ବିଦ୍ୟାଳୟ କମିଟି ସଭାପତି ବିଭୁତି ମହାପାତ୍ର, ଦାଶରଥି ସାହୁ, କୈଳାସ ଚନ୍ଦ୍ର ରାଉତ ମନ୍ମଥ ମାଝୀ ପ୍ରମ୍ମୁଖ ଅତିଥିଭାବେ ଯୋଗଦେଇଥିଲେ।

ଅତିଥିମାନେ ବିଦାୟୀ ପ୍ରଧାନଶିକ୍ଷୟିତ୍ରୀଙ୍କ ୭ ବର୍ଷ କାର୍ଯ୍ୟକାଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ପ୍ରଶଂସା କରିଥିଲେ। ଏହାସହ ଆଗାମୀ ଦିନ ପାଇଁ ମଙ୍ଗଳ କାମନା କରିଥିଲେ l ଶ୍ରୀମତୀ ବଳଙ୍କ ଏହି ଅବସର କାଳୀନ ଉତ୍ସବକୁ ମନେ ରଖିବା ପାଇଁ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପ୍ରଧାନଶିକ୍ଷୟିତ୍ରୀ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ l ଶ୍ରୀମତୀ ବଳ ନିଜସ୍ୱ ରୋଜଗାରରୁ ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟର ଅନେକ ଉର୍ଣ୍ଣତି ମୂଳକ କାର୍ଯ୍ୟ କରିଛନ୍ତି। ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଉପସ୍ଥିତ ଅତିଥି ତଥା ଗ୍ରାମବାସୀ ମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉନ୍ନତିମୂଳକ କାର୍ଯ୍ୟପାଇଁ ଭୁରି ଭୁରି ପ୍ରଶଂସା କରିଥିଲେ l

Leave a Reply

Your email address will not be published. Required fields are marked *