ବ୍ୟୁରୋ: ବର୍ଷା ପାଣିରେ ବୁଡ଼ିଗଲା କାର। ଅଳ୍ପକେ ବର୍ତ୍ତିଲେ କାର ଚାଳକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଜଟଣୀ ଅଞ୍ଚଳରେ।ଗୁରୁବାର ଅପରାହ୍ନରେ ମୌସମୀ ବର୍ଷାର ପ୍ରଭାବରେ ଜଟଣୀ ଅଞ୍ଚଳର ଅଧିକାଂଶ ଡ୍ରେନ ରୁ ପାଣି ନିଷ୍କାସନ ହୋଇପାରିନଥିଲା। ଜଟଣୀ ମୁଖ୍ୟ ରାସ୍ତା ଦେଇ ପାଣି ସିତାରାମ ନିକଟ ରେଲୱେ ଭୁତଳ ରାସ୍ତାରେ ବର୍ଷା ଜମା ହୋଇଥିଲା। ଉକ୍ତ ରାସ୍ତା ଦେଇ ଅନୁଗୁଳ ର ଜଣେ ବ୍ୟକ୍ତି ନିଜ କାର ଓଡି୦୨ବିଜି ୧୫୪୬ ଯୋଗେ ଉକ୍ତ ଆଣ୍ଡରପାସ ଦେଇ ଯାଉଥିଲେ। ଜଳ ସ୍ତର ବଢିବାରୁ କାରଟି ଆଗକୁ ଯାଇ ନପାରି ବର୍ଷା ପାଣିରେ ବୁଡି ଯାଇଥିଲା।

କାର ଡ୍ରାଇଭର ପାଣିରୁ କାର ଟିକୁ ବାହାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। କାର ଚାଳକ ପାଣିରୁ ବାହାରକୁ ଆସି ୧୧୨ କୁ ଫୋନ କରିଥିଲେ । ଜଟଣୀ ଅଗ୍ନିଶମ ବାହିନୀର କର୍ମଚାରୀମାନେ  ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ।  ମୋଟର ପମ୍ପ ଯୋଗେ ପାଣି ନିଷ୍କାସନ କରିବା ସହ, କାରକୁ କ୍ରେନ ଯୋଗେ ପାଣିରୁ ବାହାରକୁ କାଢ଼ିଥିଲେ।

Leave a Reply

Your email address will not be published. Required fields are marked *