ବ୍ୟୁରୋ : ଆଜି ଜଟଣୀ ଖୋର୍ଦ୍ଧାରୋଡ ରେଳ ମଣ୍ଡଳ କାର୍ଯ୍ୟାଳୟରେ ଟ୍ରେନ୍ ମ୍ୟାନେଜମେଣ୍ଟ ସେଣ୍ଟର (ଟିଏମସି) ବିଲଡିଙ୍ଗର, ଉଦଘାଟନ କରିଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବର୍ତ୍ତମାନ ଖୋର୍ଦ୍ଧାରୋଡ଼ ପରିସୀମା ମଧ୍ୟରେ ଯାଉଥିବା ସମସ୍ତ ଟ୍ରେନ ମାନଙ୍କର ଚଳାଚଳର ପ୍ରକୃତ ସମୟ, ଟ୍ରେନର ବର୍ତ୍ତମାନ ସ୍ଥିତି, ଜାଣିହେବ ଖୋର୍ଦ୍ଧାରୋଡ୍ ସ୍ଥିତ ଟ୍ରେନ୍ ମ୍ୟାନେଜମେଣ୍ଟ ସେଣ୍ଟରରୁ । ପୂର୍ବରୁ ଟ୍ରେନର ଆଗମନ ରିପୋର୍ଟ ଜାଣିବା ପାଇଁ କେବଳ ଷ୍ଟେସନ ଉପରେ ନିର୍ଭର କରିବାକୁ ପଡୁଥିଲା। କିନ୍ତୁ ଏବେ ଟ୍ରେନ୍ ମ୍ୟାନେଜମେଣ୍ଟ ସେଣ୍ଟରରୁ ମିଳିପାରିବ ଟ୍ରେନ ଗତି ପଥର ସମସ୍ତ ତଥ୍ୟ।

Leave a Reply

Your email address will not be published. Required fields are marked *