ବ୍ୟୁରୋ: ଟାଙ୍ଗୀ ପଞ୍ଚାୟତ ସମିତି ଅନ୍ତର୍ଗତ ସୁନ୍ଦରପୁର କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଦିନ ଧରି ମେଗା ଅପାର୍ ଦିବସ ପାଳିତ ହୋଇଯାଇଛି ।  ପ୍ରଥମ ଦିବସରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଳିତ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟି ଉପସଭାନେତ୍ରୀ ସୋନାଲି ମଣ୍ଡଳ , ସଭ୍ୟା ରୀତୁ ମଣ୍ଡଳ , ଅଙ୍ଗନବାଡି କର୍ମୀ ରାଜେଶ୍ୱରୀ ହାଲଦାର, ଶିକ୍ଷକ ବାଇଧର ବେହେରା, ଅଭିଭାବିକା ସୁମି ସାନା , କାଜଲ ସର୍ଦ୍ଦାର, ତୁଳସୀ ବିଶ୍ୱାସ ପ୍ରମୁଖ ଅତିଥିରୂପେ ଯୋଗ ଦେଇଥିଲେ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଅପାର୍ ଆଡି ଜେନେରେଟ କରି  ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗକୁ ଆଧାର ତଥ୍ୟ ପ୍ରଦାନ କରାଯାଇ  ଶୈକ୍ଷିକ କାର୍ଯ୍ୟକ୍ରମ ୟୁଡାଇସ ତଥ୍ୟାବଳୀ ଆଦି ବିଭିନ୍ନ ସୁବିଧା ପ୍ରାପ୍ତିରେ ସାହାଯ୍ୟ କରିବ ବୋଲି ଅତିଥିମାନେ ବୁଝାଇଥିଲେ। ଏହାର ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରହିବ ବୋଲି କହିଥିଲେ । ଅଭିିଭାବକମାନଙ୍କୁ ଏ ସମ୍ପର୍କରେ ଶ୍ରୀ ମହାପାତ୍ର ଅଧିକ ତଥ୍ୟ ପ୍ରଦାନ ପୂର୍ବକ ସ୍ୱାକ୍ଷର ନିମନ୍ତେ ସମ୍ମତି ପତ୍ର ପ୍ରଦାନ କରିଥିଲେ । ଦ୍ୱିତୀୟ ଦିବସରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜୁ ଢାଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜନପ୍ରତିନିଧି ଅସ୍ମିତା ସାନା , ଶିକ୍ଷକ ବାଇଧର ବେହେରା , ସ୍ୱାଗତିକା ରାଜ, ରୂପାଲୀ ପାତ୍ର, ମନେରମା ସାହୁ ପ୍ରମୁଖ ଅତିଥିମାନେ ମୋବାଇଲ ମାଧ୍ୟମରେ କିପରି ଆଡି ଖୋଲାଯାଇ ୟୁନିକ ନମ୍ବର ମେସଜ ମାଧ୍ୟମରେ ଆସୁଛି ଡେମୋ ପ୍ରଦର୍ଶନ କରାଇଥିଲେ । ମୋଟ ୬୪ଜଣ ଛାତ୍ରଛାତ୍ରୀଙ୍କର ଆଡି ଖୋଲାଯାଇଥିଲା । ଶିକ୍ଷୟିତ୍ରୀ ସ୍ୱାଗତିକା ରାଜ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *