ବ୍ୟୁରୋ: ଜଣେ ଯୁବକଙ୍କୁ ଧର୍-ଧର୍ , ମାର୍-ମାର୍ କହି କିଛି ଲୋକେ ଛେଚୁଥିଲେ । ଯିଏ ସେଇ ବାଟ ଦେଇ ଯାଉଥିଲା ସିଏ ବାଡ଼ଉଥିଲା ଘଟଣା କଣ ବୁଝୁବୁଝୁ , ଜଣା ପଡିଲା ଯୁବକ ଜଣଙ୍କ ହେଉଛି ଜଣେ ବାଇକ ଚୋର। ସେ ବାଇକ ଚୋରି କରି ବିକ୍ରି କରିବା ତାର କାମ। ମାଡ଼ ଖାଇବା ପରେ ଯୁବକ ଜଣକ କିପରି ବାଇକ ଚୋରି କରିଥିଲା ଗୋଟି ଗୋଟି କଟି ଘଟଣାର ବିଷୟରେ ସବୁ କହୁଥିଲା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ସୁନ୍ଦରପୁର-ଉଦୟଗିରି ଗ୍ରାମରେ। ଯୁବକ ଜଣକ କାଳୁପଡା ରେଳ ଷ୍ଟେସନ ନିକଟରୁ ଏକ ବାଇକ୍ ଚୋରି କରିବା ପରେ, ସେହି ବାଇକ୍ ମାଲିକର ଜଣେ ସମ୍ପର୍କୀୟ ଙ୍କୁ ସେହି ବାଇକ୍ ବିକ୍ରି କରିବା ସମୟରେ ଧରା ପଡ଼ିଥିଲା। ତା ପରେ ଆରମ୍ଭ ହୋଇଯାଇଥିଲା ମାଡ଼। ଉକ୍ତ ବାଇକ୍ ଚୋର ଜଣଙ୍କ ହେଉଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟସ୍ଥ ଉଜଳା-ଗୋପିନାଥପୁର ଗାଁର ଉପମା ପରିଡ଼ା । ସେ ଏକାଧିକ ମୋଟର ସାଇକେଲ ଚୋରି କରି ସେ ସବୁକୁ ବିକ୍ରି କରିଥିବା ଜଣାପଡିଛି। ଟାଙ୍ଗୀ ପୋଲିସ ପକ୍ଷରୁ ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି।