ଟାଙ୍ଗୀ, ୦୭|୦୩: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଡିଭିଜନର ଟାଙ୍ଗୀ ବିଦ୍ୟୁତ କାର୍ଯ୍ୟାଳୟରେ କାର୍ଯ୍ୟରତ ଲାଇନ୍ ମ୍ୟାନ ଲଡୁ କିଶୋର ପ୍ରଧାନଙ୍କୁ ଲାଇନ୍ ମ୍ୟାନ ଦିବସରେ ଦିଲ୍ଲୀରେ ( କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ ) ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଟାଙ୍ଗୀ ବିଦ୍ୟୁତ କାର୍ଯ୍ୟାଳୟ ଟିପିସିଓଡିଏଲ୍ ରେ କାର୍ଯ୍ୟରତ ଲାଇନ୍ ମ୍ୟାନ ଲଡୁ କିଶୋର ପ୍ରଧାନ ନିଜର ଅତ୍ୟାଧୁନିକ ଜ୍ଞାନ କୌଶଳ , କର୍ତ୍ତବ୍ୟ ନିଷ୍ଠା ଓ କାର୍ଯ୍ୟ ଦକ୍ଷତା ସହ କର୍ମଚାରୀ ମାନଙ୍କ ସୁରକ୍ଷା ଓ ଟିପିସିଓଡିଏଲ୍ କମ୍ପାନୀର ଆର୍ଥିକ କ୍ଷତି ରୋକିବାରେ ସଫଳତାର କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ବାଲୁଗାଁ ଟିପିସିଓଡିଏଲ୍ ର ସୁରକ୍ଷା ମୁଖ୍ୟ ରାଜେଶ ପ୍ରହଲ୍ଲାଦ ଶର୍ମା , ଏକ୍ସକ୍ୟୁଟିଭ୍ ଇଂଜିନିୟର ଶିବପ୍ରସାଦ ବଳିଆରସିଂ , ଏସ୍-ଡିଓ ( ଟାଙ୍ଗୀ ) ଅଜିତ ମହାପାତ୍ର , ଜୁନିୟର ଇଂଜିନିୟର ( ଟାଙ୍ଗୀ ) ଭୂପେନ କର ଓ ଟାଙ୍ଗୀ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଲଡୁ କିଶୋରଙ୍କ ସଫଳତା ପାଇଁ ତାଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କୁ ସମ୍ମାନିତ କରିଛନ୍ତି।

Leave a Reply

Your email address will not be published. Required fields are marked *