ବ୍ୟୁରୋ: ୨୦୨୪ ଯେତିକି ପାଖେଇ ଆସୁଛି ନିର୍ବାଚନ ତାତି ସେତିକି ବଢୁଛି। ୨୦୨୪ରେ କିଏ କେଉଁ ଦଳରୁ ଟିକେଟ ପାଇବ ସେଥିପାଇଁ ସମସ୍ତେ କରୁଛନ୍ତି କସରତ୍। ୨୦୨୪ ନିର୍ବାଚନରେ ଅନେକ ନୂଆ ମୁହଁ ଦେଖିବେ ଜନତା। ସେଥିପାଇଁ ଏବେ ନୂଆ ନେତାମାନେ  ତୁହାକୁ ତୁହା ବନ୍ଧୁ ମିଳନ କରି ଜନତାଙ୍କୁ ନିଜ ଆଡକୁ ଆକୃଷ୍ଟ କରୁଛନ୍ତି।

ଜଟଣୀର ପୂର୍ବତନ ବିଧାୟକ ସ୍ବର୍ଗତ ଶରତ ଚନ୍ଦ୍ର ପାଇକରାୟଙ୍କ ପୁଅ ସୁରଜ ପାଇକରାୟ, ୨୦୨୪ ନିର୍ବାଚନ ପାଇଁ ଗୋଟି ଚାଳନା ଆରମ୍ଭ କରିସାରିଲେଣି। ଜଟଣୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ବୁଲି ଜନସାଧାରଣ ସହ ଆଲୋଚନା କରୁଛନ୍ତି। ସ୍ବର୍ଗତ ଶରତ ପାଇକରାୟଙ୍କ କର୍ମୀମାନେ ସୁରଜଙ୍କୁ ୨୦୨୪ରେ କିପରି ବିଧାୟକ ଆସନରେ ବସେଇବେ ସେଥିପାଇଁ ଚଳାଇଛନ୍ତି ରଣନୀତି।

ଆଜି ଜଟଣୀ ବ୍ଲକ ଅଧିନ ଅରୁଗୁଲ ବରୁଣେଇ ମନ୍ଦିରରେ ସୁରଜଙ୍କ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଜଟଣୀ ନିର୍ବାଚନ ମଣ୍ଡଳୀର ବହୁ ଜନସାଧାରଣ ଯୋଗ ଦେଇଥିଲେ। ଆଗାମୀ ଦିନରେ ସୁରଜ କେଉଁ ଦଳରୁ ନିର୍ବାଚନ ଲଢ଼ୁଛନ୍ତି ତାହା ଦେଖିବାକୁ ଅପେକ୍ଷା।

Leave a Reply

Your email address will not be published. Required fields are marked *