ବ୍ୟୁରୋ: ଜଟଣୀ ସୋଚ୍ ଅନୁଷ୍ଠାନ ପକ୍ଷରୁ ଏକ ମାସ ଧରି ଚାଲିଥିବା ନିଶା ନିବାରଣ ଓ ବ୍ୟବହାରିକ ପରିବର୍ତ୍ତନ  ଶିବିର ଉଦଯାପିତ ହୋଇଯାଇଛି। ସୋଚ୍ ଦ୍ୱାରା ଆୟୋଜିତ ଶିବିରରେ କୋଡ଼ିଏ ଜଣ ଶିଶୁ ଯୋଗଦେଇଥିଲେ।  ଏହି ଶିଶୁ ମାନଙ୍କୁ  ଶିବିରରେ ରଖି ନିଶା ଠାରୁ ଦୁରେଇ ରହିବାର ବାଟ ଏବଂ ନିଶା କିପରି ଶରୀର ଓ ସମାଜର  କ୍ଷତି କରୁଛି, ତାହା ଉପରେ ପିଲାମାନଙ୍କୁ ଶିକ୍ଷା ଦିଆଯାଇଥିଲା। ଉଦଯାପନ ଦିବସରେ ଅତିଥି ଭାବେ ଶ୍ରୀମତୀ ଜୟଶ୍ରୀ ମହାନ୍ତି ( ରୋଟାରୀ ଡିଷ୍ଟିକ ଗଭର୍ଣ୍ଣର) , ହେମନ୍ତ କୁମାର ଖୁଣ୍ଟିଆ ( ଲାଏନ ମେମ୍ବର) ନିର୍ମଳ କୁମାର ବେହେରା,  ମନୋଜ କୁମାର ସ୍ୱାଇଁ ଯୋଗଦେଇଥିଲେ। ଅନୁଷ୍ଠାନର ସଭ୍ୟ ରୋଜାଲିନ ବେହେରା  ସ୍ବାଗତ ଭାଷଣ ଦେଇଥିବା ବେଳେ, ରଞ୍ଜନ କୁମାର ଧଳ ବାର୍ଷିକ ବିବରଣୀ ପାଠ କରିଥିଲେ। ସୌମ୍ୟ ଜିତ୍ ଦାସ, ମନସ୍ଵିନୀ ସ୍ୱାଇଁ , ଆକାଂକ୍ଷା ପ୍ରିୟଦର୍ଶିନୀ ମୌସୁମୀ ରାଉତ , ସାଧନା ମୋହାଲିକି, ଅନିତା ମଙ୍ଗରାଜ, ରିଲୁ ପରିଡ଼ା, କୁମାର ମହାପାତ୍ର, ସୁକାନ୍ତ ପରିଡ଼ା, ଟୁନି ସ୍ବାଇଁ  ପିଲାମାନଙ୍କୁ ଶିବିରରେ ନିଶା ଠାରୁ ଦୂରେଇ ରହିବାର ବିଭିନ୍ନ କୌଶଳ ଉପରେ ଶିକ୍ଷା ଦେଇଥିଲେ। ଶେଷରେ ସୋଚ୍ ର ଜେନେରାଲ ମ୍ୟାନେଜର ଶ୍ରିଲେଖା ଚୌହାନ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *