ବ୍ୟୁରୋ: ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷା ଫଳ ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ଭଲ ହୋଇଥିବା ବେଳେ, ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ଶତ ପ୍ରତିଶତ ସଫଳ ହୋଇଛନ୍ତି। ବିଦ୍ୟାଳୟର ଛାତ୍ର ହରପ୍ରସାଦ ଦାସ A1 ପାଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।

ସେହିପରି ଓମ ପ୍ରକାଶ ମିଶ୍ର, ଅନିତା ବଳିଆରସିଂହ, ଚିରଶ୍ମିତା ପ୍ରଧାନ, ସୋମନାଥ ଦାଶ, ରାଜଶ୍ରୀ ପଣ୍ଡା, ଶାନ୍ତନୁ କୁମାର ଆଚାର୍ଯ୍ୟ, ସ୍ୱୟମପୂର୍ଣ୍ଣା ପଟ୍ଟଯୋଶୀ, ଯାଜ୍ଞସିନୀ ପଟ୍ଟସହାଣୀ  A2 ପାଇଥିବା ବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ମାନସ ରଞ୍ଜନ ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେବା ସହ ମିଠା ଖୁଆଇ ଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *