ଜଟଣୀ: ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଜି  ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନ ମେଳାରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ।  ଭୁବନେଶ୍ୱର ଆଇ.ଆଇ.ଟି.ର ସହ ପ୍ରାଧ୍ୟାପକ ଡ଼ଃ ସମ୍ବିତ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ, ଏହି ମେଳକୁ ଉଦଘାଟନ କରିଥିଲେ।  ବିଜ୍ଞାନ ମେଳାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ, ଛୋଟ ବୟସରୁ ବିଜ୍ଞାନ ପ୍ରତି ଆଗ୍ରହ ପ୍ରକାଶ କରିବା ବହୁତ ଭଲ। ଏହା  ଭବିଷ୍ୟତରେ ପିଲାମାନଙ୍କୁ ବହୁତ ସାହାଯ୍ୟ କରିଥାଏ।

ଅପରାହ୍ନ ସମୟରେ ଏହି ମେଳା ଉଦଯାପିତ ହୋଇଥିଲା। ଏଥିରେ ବିଶିଷ୍ଟ ଶିକ୍ଷାବିତ ତ୍ରିଲୋଚନ ମହାପାତ୍ର, ବିଦ୍ୟାଳୟ କମିଟିର ଉପସଭାପତି ସରୋଜ ବଳିଆରସିଂ ଯୋଗଦେଇଥିଲେ। ଅତିଥିମାନେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ଉଦଯାପନ ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ମାନସ ରଞ୍ଜନ ଜେନା ବିଜ୍ଞାନ ମେଳକୁ ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଏଥିରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *