ବ୍ୟୁରୋ: ଜଟଣୀ ବରପଦା “ମା ‘ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୫ମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତଟ ରେଲୱେ ଫୁଟବଲ ଦଳର କୋଚ ରମେଶ ଚନ୍ଦ୍ର ପାଇକରାୟ, ପୂର୍ବତଟ ରେଲୱେ ଭଲିବଲ ଦଳର କୋଚ ଅଭୟ କୁମାର ଦାସ, ପୂର୍ବତନ ଫୁଟବଲ ଖେଳାଳି ତଥା ଫୁଟବଲ କୋଚ କେଦାର ବରାଳ ଯୋଗ ଦେଇଥିଲେ।

ଏହି ବାର୍ଷିକ କ୍ରୀଡାରେ ୨୫ ପ୍ରକାର ଏଭେଣ୍ଟରେ ଖେଳ ହୋଇଥିଲା । ପ୍ରତ୍ୟକ ଖେଳରେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା। ଖେଳରେ କୃତିତ୍ୱ ଲାଭ କରିଥିବା ଶିଶୁ ମାନଙ୍କୁ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ପୁରସ୍କାର ବିତରଣ କରାଯିବ। ଏହି ବାର୍ଷିକ କ୍ରୀଡା ଉତ୍ସବକୁ ବିଦ୍ୟାଳୟର ପ୍ରତିଷ୍ଠାତା ସୁଶାନ୍ତ କୁମାର ସୁବୁଦ୍ଧି, ଗୁରୁଜୀ ହିମାଂଶୁ ଶେଖର ବାରିକ, ରଙ୍ଗନାଥ ବେହେରା, ପ୍ରଧାନ ଆଚାର୍ଯ୍ୟା ଅମିଶା ପ୍ରଧାନ, ବିନିତା ଷଡ଼ଙ୍ଗୀ, ମମତା ମିଶ୍ର, ଲକି ଶାସମଲ, ଶ୍ୟାମାଳିମା ରାଉତ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *