ବ୍ୟୁରୋ : ପରିବେଶ ସନ୍ତୁଳନ ରକ୍ଷା କରିବା ତଥା ସୁସ୍ଥ ପରିବେଶ ସୃଷ୍ଟି ନିମନ୍ତେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ଜଟଣୀ କୁଦିଆରି ପମ୍ପୁ ପୋଖରୀ ନିକଟ ଶ୍ମଶାନ ଏବଂ କୁଦିଆରି ଗ୍ରାମ୍ୟ ଶ୍ମଶାନ ପରିସରରେ ଲିମ୍ବ, ଅଁଳା, କରଞ୍ଜ, ଅର୍ଜୁନ, ପେସ୍ତା ବାଦାମ, ଜାମୁକୋଳି, ରାଧାଚୁଡ଼ା, ଅର୍ଜୁନ, ପାଟଳୀ, ବର ଓ ଅଶ୍ଵତ୍ଥ ବୃକ୍ଷ ଚାରା ରୋପଣ କରାଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଜଟଣୀ ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଦେବ ପ୍ରସାଦ ଦାଶ, ସଂଗଠନ ସମ୍ପାଦକ ସଞ୍ଜୟ ବରିସଲ, ଉପସଭାପତି ଦିଲୀପ ସିଂ, ଶରତ କୁମାର ରେଡି, ରମାକାନ୍ତ ମହାରଣା, ନିରୂପମା ସ୍ୱାଇଁ , ସ୍ମିତା ପଟ୍ଟନାୟକ, ପ୍ରଶାନ୍ତ କୁମାର ସାହୁ, ଅମିନ ରାଉତ, ପରେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *