ବ୍ୟୁରୋ: ଜଟଣୀ ପୋୖର ପରିଷଦରର ବିଭିନ୍ନ ୱାର୍ଡରେ ଅନୁଷ୍ଠିତ ହେଉଥିବା ସାମାଜିକ କାର୍ଯ୍ୟରେ ଯୋଗଦେଇଥିଲେ, ବିଶିଷ୍ଠ ସମାଜସେବୀ ତଥା ପାଣ୍ଡଵ ଜେନା ଫାଉଣ୍ଡେସନ ଅଧକ୍ଷ ଡ଼. ସନ୍ତୋଷ ଜେନା । ଏହା ସହ ଜଟଣୀ ପୋୖର ପରିଷଦ ଅଧିନ ଗାନ୍ଧୀନଗର ଅଞ୍ଚଳର ହେମନ୍ତ କୁମାର ପଟ୍ଟନାୟକଙ୍କ ଅସୁସ୍ଥତା ଖବର ପାଇଁ ତାଙ୍କ ଗାନ୍ଧିନଗର ବାସଭବନରେ ପହଞ୍ଚି ହେମନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ଆସୁ ଆରୋଗ୍ୟ କାମନା କରିଥିଲେ। ଏହା ସହ ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ।
ସେହିପରି ହାଟବଜାର ଅଞ୍ଚଳର ପ୍ରମୋଦ କୁମାର ସିଂଙ୍କ ମାତାଙ୍କ ଅସୁସ୍ଥତା ଖବର ପାଇ ତାଙ୍କ ଘରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସନ୍ତୋଷଙ୍କ ସହ ବରିଷ୍ଠ ସଂଗଠକ ପ୍ରଶାନ୍ତ କୁମାର ମିଶ୍ର, ଦୁର୍ଗାଷଙ୍କର ଭଞ୍ଜଦେଓ, ଘନଶ୍ୟାମ ସାହୁ, ଚିକୁନୁ ବଡ଼ଜେନା, ରତିକାନ୍ତ ଦାସ, ଜୋସନାମୟୀ ରଣସିଂ, ମଣ୍ଟୁ ରଣସିଂହ, ଲକ୍ଷ୍ମୀଧର ମହାକୁଡ଼, ସନ୍ତୋଷ କୁମାର ଦାସ, ଅଜୟ କୁମାର ସାହୁ, ନିମାଇଁ ସାହୁ, ଚିତ୍ତରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।