ବ୍ୟୁରୋ: ସାହାରା ଇଣ୍ଡିଆ ଜମାକାରୀଙ୍କ ପାଇଁ ଆସିଛି ସାମାନ୍ୟ ଖୁସୀ ଖବର। କେନ୍ଦ୍ର ସରକାର ଜମାକାରୀଙ୍କ ଟଙ୍କା ଫେରେଇବା ପାଇଁ ଲଞ୍ଚ କରିଛନ୍ତି ‘ସାହାରା ରିଫଣ୍ଡ ପୋର୍ଟାଲ’। ଏହି ପୋର୍ଟାଲରେ ଆପଣମାନେ ଆବେଦନ କରି, ୪୫ ଦିନ ଭିତରେ ନିଜର ଜମା ରାଶି ଫେରି ପାଇବେ । ଜମାକାରୀଙ୍କୁ ମୋଟ ଜମା ରାଶିରୁ ବର୍ତ୍ତମାନ ୧୦ ହଜାର ଟଙ୍କା ଫେରସ୍ତ କରାଯିବ । ଜମାକାରୀ ପୋର୍ଟାଲରେ ଲଗ୍ ଇନ କରି ନିଜର ନାମ ରେଜିଷ୍ଟର କରି, ସମସ୍ତ ତଥ୍ୟ ପ୍ରଦାନ କରିବା ପରେ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତୁ ଜାଣିବା କେମିତି କରିବେ ଆବେଦନ।

*- ପ୍ରଥମେ ଜମାକାରୀ mocrefund.crcs.gov.in ପୋର୍ଟାଲକୁ ଯାଇ ହୋମ ପେଜରେ ‘ଜମାକାରୀ ପଞ୍ଜିକରଣ’  ଉପରେ କ୍ଲିକ କରିବେ ।
*- ଖୋଲିଥିବା ନୂଆ ପେଜରେ ଆପଣଙ୍କ ଆଧାର ନମ୍ବର ଓ ପଞ୍ଜୀକୃତ ମୋବାଇଲ ନମ୍ବର ପ୍ରଦାନ କରିବେ, ତାପରେ କ୍ୟାପଚା କୋଡ ଦେଇ ଓଟିପି ପାଇଁ କ୍ଲିକ କରନ୍ତୁ।

*- ଆପଣଙ୍କ ମୋବାଇଲକୁ ଆସିଥିବା ଓଟିପିକୁ ଦାଖଲ କରନ୍ତୁ ।

*- ଏହାପରେ ଆପଣଙ୍କର ରେଜିଷ୍ଟ୍ରସନ ସରିଯିବ ଓ ଏବେ ହୋମପେଜକୁ ଯାନ୍ତୁ ।

*- ଏବେ ଲଗିନ୍ କରିବା ପାଇଁ ଆପଣ ‘ଜମାକାରୀ ଲଗିନ୍’କୁ ସିଲେକ୍ଟ କରନ୍ତୁ ।

*- ନିଜ ଆଧାର ନମ୍ବରର ଶେଷ ୪ଟି ଅଙ୍କକୁ ଦାଖଲ କରି ନିଜର ମୋବାଇଲ ନମ୍ବର ଭରି, କ୍ୟାପଚା କୋଡ ଦେଇ  ମୋବାଇଲକୁ ଆସିଥିବା ଓଟିପି ଲେଖନ୍ତୁ।

*- ଆଉ ଗୋଟେ ନୂଆ ପେଜ ଖୋଲିବା ପରେ ସେଠାରେ ଲେଖାଥିବା ନିୟମାବଳୀକୁ  ପଢ଼ି ‘ମୁଁ ରାଜି ଅଛି’ ଉପରେ କ୍ଲିକ କରନ୍ତୁ ।

*- ଏହାପରେ ନିଜର ବ୍ୟାଙ୍କର ନାମ ଓ ଜନ୍ମ ତାରିଖ ଲେଖିଲା ପରେ,  ଡିପୋଜିଟ ସାର୍ଟିଫିକେଟ ଫର୍ମକୁ ଯାଇ କ୍ଲେମ ରିକୁଏଣ୍ଟ ଫର୍ମ ଭରନ୍ତୁ।

*- ତା ପରେ କୋ-ଅପରେଟିଭ୍ ସୋସାଇଟି ନାମ, ସଦସ୍ୟତା ନମ୍ବର ଓ ଜମା ରାଶି ପୂରଣ କରନ୍ତୁ ।

*- ଆପଣଙ୍କ ଲେଖିଥିବା  ସମସ୍ତ ତଥ୍ୟ ଭେରିଫାଏ ହେବା ପରେ ପୋର୍ଟାଲରୁ କ୍ଲେମ ଲେଟର ଡାଉନଲୋଡ୍ କରନ୍ତୁ ।

*- ନିଜର ପାସପୋର୍ଟ ଫଟୋ ଡାଉନଲୋଡ ଲେଟରରେ ଲଗାଇ ସାଇନ୍ କରନ୍ତୁ । ତାପରେ ଏହାକୁ ସ୍କାନ କରି ଅପଲୋଡ୍ କରନ୍ତୁ ।

*- ଅପଲୋଡ୍ ହେବା ପରେ ଆପଣ ଦେଇଥିବା ମୋବାଇଲ ନମ୍ବରକୁ ଏକ କନଫର୍ମେସନ ମେସେଜ ଆସିବ ।

*- କନଫର୍ମେସନ ମେସେଜ ଆସିବାର ୪୫ ଦିନ ଭିତରେ ଆପଣଙ୍କ ଖାତାକୁ ରିଫଣ୍ଡ ରାଶି ଟ୍ରାନ୍ସଫର ହୋଇଯିବ ।

Leave a Reply

Your email address will not be published. Required fields are marked *