ବ୍ୟୁରୋ, ୦୩/୦୨: କଳା ଓ ସଂସ୍କୃତି ଭିତିକ ସାମାଜିକ ସଂଗଠନ ” ସାଧନା ଆର୍ଟ୍ ଆଣ୍ଡ କଲଚର୍ “ର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଉପକଣ୍ଠ କଣ୍ଟିଲୋ, ହାଇଟେକ୍ ଛକ, ସୁନ୍ଦରପଦାରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ସାହି ପଞ୍ଚାୟତର ସରପଞ୍ଚ ଅନାମ ଚରଣ ସେନାପତି ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ ଅନୁଷ୍ଠାନର ଅଧ୍ୟକ୍ଷ ସୁଧାଂଶୁ ବିଶ୍ଵାଳ, ଅନ୍ୟ ଅତିଥିଭାବେ ଅବସରପ୍ରାପ୍ତ ପ୍ରଶାସକ ସଂସ୍କୃତି ବିଭାଗର ପ୍ରକାଶ ଚନ୍ଦ୍ର ମିଶ୍ର , ସମ୍ପାଦିକା ଶାଳିନୀ ବିଶ୍ଵାଳ ଓ ସ୍ଥାନୀୟ ସ୍ଵେଚ୍ଛାସେବୀ ଅର୍ତ୍ତବନ୍ଧୁ ବେହେରା ଯୋଗଦେଇଥିଲେ।
ମୁଖ୍ୟ କାର୍ଯ୍ୟାଳୟରେ ବିଦ୍ୟାଦାତ୍ରୀ ମା ସରସ୍ଵତୀଙ୍କ ପୂଜା ସରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ସାଧନା ଆର୍ଟ୍ ଆଣ୍ଡ କଲଚର୍ ଶିକ୍ଷାଦାନ କୁ ପ୍ରଶଂସା କରିଥିଲେ। କହିଥିଲେ ଲୋକକଳା ଓ ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାର ପ୍ରସାର କରିବା ପାଇଁ ସବୁବେଳେ ଏହି ଅନୁଷ୍ଠାନ କାର୍ଯ୍ୟ କରିଆସୁଅଛି। ଯାହା ଆମ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ।
ଅନୁଷ୍ଠାନର ଛାତ୍ରୀ ପ୍ରିୟାପଦ ହୋତା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ତନୁଶ୍ରୀ ନାୟକ, ଅଲିଭା ଅପରାଜିତା, ସ୍ମୃତି ଆରାଧ୍ୟl ,ବିଦଶା ମୁନି ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ମାନସ ଦାସ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ସମ୍ପାଦିକା ଶ୍ରୀମତୀ ଶାଳିନୀ ବିଶ୍ଵାଳ ଧନ୍ୟବାଦ ଦେଇଥିଲେ।