ବ୍ୟୁରୋ: ଜଟଣୀ ରୋଟାରୀ କ୍ଳବ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜଟଣୀ ରୋଟାରୀ କ୍ଳବ ଓ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରାଜଧାନୀ ନୀଳଶୈଳ ସଂଗଠନ ମିଳିତ ସହଯୋଗରେ ଏହି ମାଗଣା ସ୍ୱାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିବିରକୁ ଆସିଥିବା ବ୍ୟକ୍ତି ମାନଙ୍କର ମାଗଣା ଦନ୍ତ ଚିକିତ୍ସା କରିବା ସହ ବିଭିନ୍ନ ରୋଗର ଆୟୁର୍ବେଦିକ ଚିକିତ୍ସା କରାଯାଇଥିଲା।

ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ସମୁଦାୟ 85 ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଓ ସେମାନଙ୍କୁ ମାଗଣା ଔଷଧ ବଣ୍ଟନ ହୋଇଥିଲା। ଦନ୍ତ ଚିକିତ୍ସକ ଡାକ୍ତର ସୁନୀଲ କୁମାର ରାଉତରାୟ, ଆୟୁର୍ବେଦିକ ଡାକ୍ତର ବ୍ରଜେନ୍ଦ୍ର ନାଥ ପାତ୍ର ଓ ଡାକ୍ତର ସୁବ୍ରତା ପାତ୍ର ରୋଗୀ ମାନଙ୍କର ବିଭିନ୍ନ ପରୀକ୍ଷା କରି ଚିକିତ୍ସା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଜଟଣୀ ରୋଟାରୀ କ୍ଳବ ସଭାପତି ଡ଼. ରାଜେଶ ତ୍ରିବେଦୀ ଓ ସମ୍ପାଦକ ଶିଵରତନ ଯୋଶୀ, ରୋଟ୍ରାକ୍ଟ ସଭାପତି ଅଭିଷେକ ଅଗ୍ରୱାଲ, ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା, ରସିକ ପଟେଲ, ରାଧାମୋହନ ପଟନାୟକ, ସୁନୀଲ ଅଗ୍ରୱାଲ, ଆଦିନାରୟଣ ଖଣ୍ଡୁଆଳ, ପଦାରବିନ୍ଦ ସାହୁ, କିଶନ ମୁରାରୀ ଅଗ୍ରୱାଲ ଓ ଭୁବନେଶ୍ୱର ନୀଳଶୈଳ ସଂଗଠନର ସଦସ୍ୟ ମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *