ଜଟଣୀ: ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପରି , ନିଜକୁ ଲୋକମାନଙ୍କ ସେବାରେ ଉତ୍ସର୍ଗ କରିବାକୁ, ଜଟଣୀ ରାଣୀପୁର ବାପା ମା’ ସେବାଶ୍ରମରେ, ଆୟୋଜିତ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କର, ୯୫ତମ ଶ୍ରାଦ୍ଧୋତ୍ସବରେ ସମସ୍ତେ ଶପଥ ନେଇଥିଲେ।

ଏହି ଶ୍ରାଦ୍ଧୋତ୍ସବରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ନୋଟାରୀ ଶ୍ରୀଯୁକ୍ତ ଅବନୀ କୁମାର ରାଉତରାୟ, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ପ୍ରଶନ୍ନ କୁମାର ମହାରଥୀ, ଆଇନଜୀବୀ ଶ୍ରୀଯୁକ୍ତ ନିରଞ୍ଜନ ପଣ୍ଡା, ସାଂସଦ ପ୍ରତିନିଧି ପଦ୍ମ ଚରଣ ପ୍ରଧାନ, ଶିକ୍ଷାବିତ ବିପିନି ଵିହାରୀ ମହାନ୍ତି, ହାଡିବନ୍ଧୁ ମହାରଣା ଅତିଥି ଭାବେ ଯୋଗଦେଇଥିଲେ।

ବିଭିନ୍ନ କ୍ଷେତ୍ରରେ ସମାଜରେ ନିଜକୁ ପ୍ରତିଷ୍ଠିତ କରିଥିବା ୬୦ଜଣ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ଟ୍ରଷ୍ଟର ପ୍ରତିଷ୍ଠାତା ଗୈତମ ମହାରଣା ଓ ସଭାପତି ଜ୍ୟୋତି ମହାରଣାଙ୍କ ସହ ଉପସଭାପତି ବାସୁଦେବ ସେଠୀ, ଉପଦେଷ୍ଟା ବୃନ୍ଦାବନ ସୁବୁଦ୍ଧି, ହଵିବୁର ରେହେମାନ ,ଗୀତାଞ୍ଜଳି ସେଠୀ, ସନ୍ତୋଷି ଜାଲି ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *