ବ୍ୟୁରୋ : ରାଜଧାନୀ ଏକ୍ସପ୍ରେସ ତେଜସ୍ କୋଚର ମଜା ନେବେ ଯାତ୍ରୀ। ଉନ୍ନତ, ଆଧୁନିକ ଓ ଆରାମଦାୟକ ହେବ ଯାତ୍ରା। ଆଜି ଭୁବନେଶ୍ୱର ରେଲୱେ ଷ୍ଟେସନରେ ଆରମ୍ଭ ହୋଇଛି ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ତେଜସ୍ କୋଚ୍ । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଭୁବନେଶ୍ୱର ଉତ୍ତର ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଓ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ପ୍ରବନ୍ଧକ ଏଚ୍ ଏସ୍ ବାଜୱା ସବୁଜ ପତାକା ଦେଖାଇ  ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ତେଜସ୍ କୋଚ୍ ଚଳାଚଳର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି କେନ୍ଦ୍ର ସରକାର ଚଳିତ ବର୍ଷ ଓଡିଶାରେ ରେଳବାଇର ଭିତ୍ତିଭୂମି ବିକାଶ ପାଇଁ ୧୦,୦୧୨ କୋଟି ଟଙ୍କା ବ୍ୟୟ ବରାଦ କରିଛି। ଯାହା ୨୦୧୪ ମସିହା ପୂର୍ବରୁ ମାତ୍ର ୮୦୦-୯୦୦ କୋଟି ଟଙ୍କା ଥିଲା । ଅମୃତ ଭାରତ ଯୋଜନା ମାଧ୍ୟମରେ ଓଡିଶାର ୨୫ଟି ରେଳ ଷ୍ଟେସନର ବିକାଶମୂଳକ କାର୍ଯ୍ୟ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *