ବ୍ୟୁରୋ: ପୂର୍ବତଟ ରେଲୱେ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ, ଖୋର୍ଦ୍ଧା ରୋଡ୍ ପକ୍ଷରୁ, ମଣ୍ଡଳ ରେଳ ପ୍ରବନ୍ଧକ କାର୍ଯ୍ୟାଳୟର ସମ୍ମିଳନୀ ହଲରେ “କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ନିର୍ଯ୍ୟାତନା” ଉପରେ ଆଲୋଚନା ଚକ୍ର ଆୟୋଜନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ରୋଡ୍ ସ୍କାଉଟ୍ସ ଏବଂ ଗାଇଡ୍ସ ଆସୋସିଏସନର ଉପସଭାପତି ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା) ସୁଭ୍ରା ଜ୍ୟୋତି ମଣ୍ଡଳ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଷ୍ଟ୍ରିକ୍ଟ୍ କମିଶନର (ଗାଇଡ୍ସ) ଏବଂ ସହକାରୀ କାର୍ମିକ ଅଧିକାରୀ ତପସ୍ଵିନୀ ମହାନନ୍ଦିଆ, ଆସିଷ୍ଟାଣ୍ଟ ଡିଷ୍ଟ୍ରିକ୍ଟ୍ କମିଶନର ନିବେଦିତା ନାୟକ ଏବଂ ଉଷା ରାଣୀ, ବରିଷ୍ଠ ରାଜ ଭାଷା ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଉଦବୋଧନ ଦେଇ ସ୍କାଉଟ୍ସ ଏବଂ ଗାଇଡ୍ସ ଉପସଭାପତି ସୁଭ୍ରା ଜ୍ୟୋତି ମଣ୍ଡଳ କହିଥିଲେ ସ୍କାଉଟ୍ସ – ଗାଇଡ୍ସ ସଦସ୍ୟମାନଙ୍କୁ, ସମାଜରେ “ଯୌନ ଶୋଷଣ ବିରୁଦ୍ଧରେ ଏକାଠି ଦୃଢ଼ତା ସହ ଛିଡ଼ା ହେବା ଏବଂ ସ୍ୱର ଉତ୍ତୋଳନ କରିବା ପାଇଁପରାମର୍ଶ ଦେଇଥିଲେ। କର୍ମକ୍ଷେତ୍ରରେ ମହିଳାମାନଙ୍କ ପାଇଁ ଏକ ନିରାପଦ ତଥା ସମ୍ମାନଜନକ ପରିବେଶ ସୃଷ୍ଟି କରିବାର ମହତ୍ୱ ବିଷୟରେ ଡିଷ୍ଟ୍ରିକ୍ଟ୍ କମିଶନର (ଗାଇଡ୍ସ) ତପସ୍ଵିନୀ ମହାନନ୍ଦିଆ କହିଥିଲେ। ଯୌନ ଉତ୍ପୀଡ଼ନ ଅଭିଯୋଗର ସମାଧାନ ସହ ଜଡିତ ଆଇନଗତ ପ୍ରକ୍ରିୟା ଉପରେ ଆଲୋକପାତ କରିଥିଲେ |