ବ୍ୟୁରୋ: ଆଜି ଠାରୁ ପୁଣି ଭକ୍ତ ମାନଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ଵାର, ଦର୍ଶନ ପାଇଁ ଖୋଲା ଯାଇଛି। ଭକ୍ତ ମାନେ ପୂର୍ବଭଳି ଚାରିଦ୍ଵାରରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରିପାରିବେ । କିନ୍ତୁ ତିନି ଦ୍ବାରରେ ପ୍ରସ୍ଥାନ ପାଇଁ ହୋଇଛି ବ୍ୟବସ୍ଥା । ସେବକ ଓ ସେମାନଙ୍କ ପରିବାରବର୍ଗ ଚାରିଦ୍ଵାରରେ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । କାର୍ତ୍ତିକ ମାସ ପାଇଁ ଭକ୍ତ ମାନଙ୍କ ପାଇଁ ଚାରି ଦ୍ଵାରରେ ଶ୍ରୀମନ୍ଦିର ପ୍ରବେଶ କଟକଣା କରାଯାଇଥିଲା, ଯାହା ଆଜିଠାରୁ ହଟି ଯାଇଛି।