ବ୍ୟୁରୋ: ଆଉ କିଛି ସମୟ ପରେ ବହୁ ବର୍ଷ ଅପେକ୍ଷାର ଅନ୍ତ ଘଟିବ। ଆଜି ମଧ୍ୟାହ୍ନ ୧ଟା ୨୮ ମିନିଟ୍ ସମୟରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ଶୁଭ ମୁହୂର୍ତ୍ତ ବାହାରିଛି। ଏହି ସମୟରେ କମିଟିର ୧୧ ଜଣିଆ ଟିମ୍ ରତ୍ନଭଣ୍ଡାର ଭିତରକୁ ଯିବେ । ଏନେଇ କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ମୁତାବକ ତଡଉକରଣ, ଦେଉଳକରଣ, ଭଣ୍ଡାରମେକାପ, ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଏହା ସହ ଉଚ୍ଚସ୍ତରୀୟ କମିଟିରୁ ୨ ଜଣ ଜଷ୍ଟିସ୍ ବିଶ୍ୱନାଥ କର, ଡାକ୍ତର ସିବିକେ ମହାନ୍ତି ରତ୍ନଭଣ୍ଡାର ଭିତରକୁ ଯିବେ । ସେଥିପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରତ୍ନଭଣ୍ଡାର ରେ ରହିଥିବା ମହାପ୍ରଭୁଙ୍କ ସମସ୍ତ ଅଳଙ୍କାରକୁ ସୁରକ୍ଷିତ ଭାବେ ରହିବା ପାଇଁ ୬ଟି ନୂତନ ସିନ୍ଧୁକ ଶ୍ରୀମନ୍ଦିର କୁ ଅଣାଯାଇଛି। ସିନ୍ଧୁକରେ ରତ୍ନ ଅଳଙ୍କାର ସବୁ ସୁରକ୍ଷାର ସହ ରଖାଯିବ।