ବ୍ୟୁରୋ: ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏନେଇ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି। ଆସନ୍ତା କାଲିଠାରୁ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଅତ୍ୟନ୍ତ ସ୍ୱଚ୍ଛତାର ସହକାରେ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି କରାଯିବ । ଗଣତି ମଣତି ପାଇଁ ରିଜର୍ଭ ବ୍ୟାଙ୍କର ମଧ୍ୟ ସହାୟତା ନିଆଯାଉଛି । ତେଣୁ ରତ୍ନଭଣ୍ଡାର ଖୋଲିବା ସମୟରେ ରିଜର୍ଭ ବ୍ୟାଙ୍କର ପ୍ରତିନିଧି ଉପସ୍ଥିତ ରହିବେ । ପ୍ରତିଟି ଅଳଙ୍କାରର ମୂଲ୍ୟ ସହ ଡିଜିଟାଲ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ । ଯାହା ଫଳରେ କି ଭବିଷ୍ୟତରେ ରତ୍ନଭଣ୍ଡାରର ଗଣତି ମଣତି ସହଜ ହେବ । ଏଥିସହ ରତ୍ନଭଣ୍ଡାର ଖୋଲିବା ସମୟରେ ଭକ୍ତଙ୍କ ଦର୍ଶନରେ କୌଣସି ବି ଅସୁବିଧା ହେବ ନାହିଁ । ଏହା ସହ ମହାପ୍ରଭୁଙ୍କର ନୀତିକାନ୍ତିରେ ମଧ୍ୟ କୌଣସି ଅସୁବିଧା ହେବନି ସେଥିପ୍ରତି ଦୃଷ୍ଟି ଦିଆଯାଇଛି ।

Leave a Reply

Your email address will not be published. Required fields are marked *