ବ୍ୟୁରୋ,୦୨/୦୩ : ପୁରୀ ଜିଲ୍ଲାରେ ପୋଲିସ ଆଇନର ୩୦ ଧାରା ଲାଗୁ କରାଯାଇଛି। ଏହା ଫେବୃଆରୀ ୨୬ ତାରିଖଠାରୁ ମଇ ୨୬ ତାରିଖ ଅର୍ଥାତ୍ ୯୦ ଦିନ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଅଞ୍ଚଳ, ପୁରୀ ମୁନିସିପାଲ୍ଟି, ପିପିଲି, କୋଣାର୍କ ଓ ନିମାପଡା ଏନଏସି ଅଞ୍ଚଳରେ ବଳବତ୍ତର ରହିବ। ଏହି ସମୟ ମଧ୍ଯରେ ବିନା ଅନୁମତିରେ ସଭା, ଶୋଭାଯାତ୍ରା, ମାଇକ ବ୍ୟବହାରକୁ ବେଆଇନ ଘୋଷଣା କରାଯାଇଛି ବୋଲି ଏସ୍ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି।