ବ୍ୟୁରୋ: ଜଟଣୀ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ 

ମହାନ ସ୍ଵାଧୀନତା ସଂଗ୍ରାମୀ ତଥା ଓଡିଶାରେ ଶିକ୍ଷା ଆନ୍ଦୋଳନର ପବର୍ତ୍ତକ ସ୍ଵର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୫୪ତମ ଶ୍ରାଦ୍ଧ ବାର୍ଷିକୀ ଜଟଣୀ ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଫାଉଣ୍ଡେସନର ଚେୟାରମ୍ୟାନ ଅବନୀ କୁମାର ରାଉତରାୟଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସମସ୍ତ ସଭ୍ୟ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ମାନେ ପ୍ରାଣନାଥଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଝରଣା ସ୍ବାଇଁ, ଫାଉଣ୍ଡେସନର ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି, ବିଜୟରାମ ମହାନ୍ତି, ସୁଶାନ୍ତ ରାଉତ, ଦିବାକର ମଙ୍ଗରାଜ, ଆଦି ନାରାୟଣ ଖଣ୍ଡୁଆଳ, ସାରଙ୍ଗଧର ବେହେରା, ନଟବର ସ୍ୱାଇଁ, ଭକ୍ତବନ୍ଧୁ ଚୌଧୁରୀ, ରବିନ୍ଦ୍ର ପ୍ରସାଦ ମିଶ୍ର, ଅରୁଣ କୁମାର ମହାନ୍ତି, ବୈଷ୍ଣବ ବରାଳ, ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, କିଶୋର ଚନ୍ଦ୍ର ପାଇକରାୟ, ବୈରାଗୀ ଜେନା, ବରିଷ୍ଠ ଶିକ୍ଷୟତ୍ରୀ ସ୍ନେହଲତା ଲେଙ୍କା, ମରିୟମ ସିଦ୍ଧିକା, ମଧୁଛନ୍ଦା ଭଗତ, ନୂତନ ନାୟକ, ଆଶୁତୋଷ ରାୟ, ସୁଶାନ୍ତ ପାଲଟାସିଂହ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ନେତା ତ୍ରିନାଥ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *