ଖୋର୍ଦ୍ଧା: ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ  ଖୋର୍ଦ୍ଧା ଜିଲ୍ଲା ବଡକୁଳ ପାନ୍ଥନିବାସରେ ନିର୍ମାଣ ହୋଇଥିଲା ଚିଲଡ୍ରେନ ପାର୍କ।

ଖର୍ଚ୍ଚ ହୋଇଥିଲା ଲକ୍ଷାଧିକ ଟଙ୍କା ସରକାରଙ୍କ ତହବିଲରୁ । କିନ୍ତୁ ଦୁଃଖର ବିଷୟ କର୍ମଚାରୀଙ୍କ ଅବହେଳା ପାଇଁ ଏହି ପାର୍କ ଏବେ ପର୍ଯ୍ୟଟକଙ୍କ ପାଇଁ ଅଲୋଡ଼ା ହୋଇପଡିଛି।

ପାର୍କ ଭିତରେ ଥିବା ବିଭିନ୍ନ ଖେଳ ସାମଗ୍ରୀ ଭାଙ୍ଗି ଯାଇଥିବା ବେଳେ, ପାର୍କ ସାରା କଣ୍ଟା ଗଛ ଓ ବିଛୁଆତି ଗଛରେ ଭର୍ତି ହୋଇଯାଇଛି । କେବେ ଏହା ଉପରେ ଜିଲ୍ଲା ପ୍ରଶାସନର ନଜର ପଡୁଛି ତାହାହିଁ ଅପେକ୍ଷା।

Leave a Reply

Your email address will not be published. Required fields are marked *