ବ୍ୟୁରୋ: ରାଜ୍ୟରେ ବନ୍ଦ ହେବ ବିଏସକେୱାଇ ଯୋଜନା । ଲାଗୁ ହେବ କେନ୍ଦ୍ରର ଆୟୁଷ୍ମାନ ଯୋଜନା । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବିଜେପି ସରକାର ଶପଥ ଗ୍ରହଣ କରିବା ପରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ବିଏସକେୱାଇ ଯୋଜନାରେ ଲୋକଙ୍କ ପାଇଁ ଅଳ୍ପ ସୁବିଧା ସୁଯୋଗ ମିଳୁଥିଲା, କିନ୍ତୁ ଆୟୁଷ୍ମାନ ଯୋଜନାରେ ସ୍ୱାସ୍ଥ୍ୟ ସେବା ଦିଗରେ ଲୋକମାନଙ୍କ ପାଇଁ ବ୍ୟାପକ ସୁବିଧା ରହିଥିବା କହିଛନ୍ତି ମନମୋହନ ସାମଲ ।

Leave a Reply

Your email address will not be published. Required fields are marked *