ବ୍ୟୁରୋ,୦୪/୦୩: ଏପ୍ରିଲରୁ ଆରମ୍ଭ ହୋଇପାରେ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ। ଲୋକଙ୍କ ସମସ୍ୟାର ଖୁବଶୀଘ୍ର ହେବ ସମାଧାନ। ୫ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ବିନା ଅସୁବିଧାରେ ପାର୍ଟ ପ୍ଲଟ ବିକ୍ରି ନେଇ ଆସିପାରେ ନିୟମ। ରାଜସ୍ବ ବିଭାଗକୁ ଡ୍ରାଫ୍ଟ ଦେଇଛି ନଗର ଉନ୍ନୟନ ବିଭାଗ । ମାର୍ଚ୍ଚ ସୁଦ୍ଧା ବିଚାର ବିମର୍ଶ କରି ଏପ୍ରିଲରୁ ରେଜିଷ୍ଟ୍ରେସନ କରିବାକୁ ଏକ ପ୍ରକାର ନିଷ୍ପତ୍ତି ହୋଇଥିବା ସୁଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ପାର୍ଟ ପ୍ଲଟ୍ ରେଜିଷ୍ଟ୍ରେସନ ଓ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ସମସ୍ୟା ଲାଗି ରାଜସ୍ବ ହାନି ହେଉଛି। ତେଣୁ ରାଜସ୍ବ ବିଭାଗ ପକ୍ଷରୁ ସମସ୍ୟାର ସମାଧାନ ପାଇଁ ପଦକ୍ଷପ ଗ୍ରହଣ କରାଯାଇଛି। ପ୍ଲଟିଂ ସ୍କିମ୍ ଓ ଆପାର୍ଟମେଣ୍ଟ ନେଇ ମଧ୍ୟ ନୂଆ ନିୟମ ଅଣାଯିବ ।