ବ୍ୟୁରୋ: ପୂର୍ବତଟ ରେଲୱେ ଶ୍ରମିକ କଂଗ୍ରେସ ପକ୍ଷରୁ ନୂତନ ପେନସନ ଯୋଜନା ରଦ କରିବା ଏବଂ ପୁରୁଣା ପେନସନ ଯୋଜନାକୁ ଲାଗୁ କରିବା ସହ ଅନ୍ୟ ୨୦ ଦଫା ଦାବି ନେଇ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଶତାଧିକ ରେଳ କର୍ମଚାରୀ ଖୋର୍ଦ୍ଧାରୋଡ଼ ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରିଥିଲେ।

ଜଟଣୀ ଶ୍ରମିକ କଂଗ୍ରେସ ଶାଖାରୁ କର୍ମଚାରୀମାନେ ପୁରୁଣା ପେନସନ ଲାଗୁ କରିବା ଦାବିରେ ବିରାଟ ଶୋଭାଯାତ୍ରାରେ ସୀତାରାମଛକରୁ ବାହାରି ରେଳ ଷ୍ଟେସନ ସମ୍ମୁଖ ଦେଇ ମେଡିକାଲ ଛକ ହୋଇ ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ। ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ସଭାରେ କର୍ମଚାରୀ ମାନେ ଦାବି କରିଥିଲେ ପେନସନ ହେଉଛି ଜଣେ କର୍ମଚାରୀର ମୌଳିକ ଅଧିକାର।  ଯଦି ଜଣେ ରାଜନେତା ଥରେ ଏମ୍. ପି.  କିମ୍ବା ଏମ. ଏଲ. ଏ. ହେଲାପରେ ପେନସନ ପାଉଛନ୍ତି ତେବେ ଜଣେ କର୍ମଚାରୀ ୩୦ରୁ୪୦ ବର୍ଷ ସେବା ଦେଲାପରେ  କାହିଁକି ପେନସନ ପାଇବନାହିଁ? ପରିଣତ ବୟସରେ ପେନସନ ତାର ଅଧିକାର। ତେଣୁ ନୂତନ ପେନସନ କୁ ବାତିଲ କରି ଯଥାଶୀଘ୍ର ପୁରୁଣା ପେନସନ ଲାଗୁ କରିବା, ରନିଂ ଷ୍ଟାଫ୍ ଙ୍କୁ ମିନିମମ ମାଇଲେଜ୍ ପ୍ରଦାନ ଭଳି କର୍ମଚାରୀଙ୍କ ବିଭିନ୍ନ ମୌଳିକ ସୁବିଧା ଉପରେ  ଆଲୋଚନା ହୋଇଥିଲା। 

ଅର୍ବାନ ବ୍ୟାଙ୍କ ଲାଭାଂଶ ଅଂଶୀଦାର ମାନଙ୍କୁ ମିଳିବା ଚଳିତ ବର୍ଷର ବଡ ଉପଲବ୍ଧି ବୋଲି ସହ ସଂଯୋଜକ ସୁନୀଲ କୁମାର ଭଞ୍ଜ କହିଥିଲେ। ଅଗଷ୍ଟ ୯ରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଭାରତ ଛାଡ ଆନ୍ଦୋଳନ ଆରମ୍ଭ ହୋଇଥିଲା ଏବଂ ତାହା ସଫଳ ହୋଇଥିଲା। ଆଜି ଅଗଷ୍ଟ ୧୦ ସାରା ଭାରତ ବର୍ଷରେ ଦେଶର ସମସ୍ତ ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ , ୱର୍କସପ, ମେଟ୍ରୋ , ଜୋନାଲ ମୁଖ୍ୟ କାର୍ଯ୍ୟାଳୟ ଠାରେ ଏନ୍ ଏଫ୍ ଆଇ ଆର୍ ସାଧାରଣ ସମ୍ପାଦକ ଡ଼ଃ ଏମ ରାଘବେୟାଙ୍କ ଡାକରାରେ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ୨୦୨୪ ନିର୍ବାଚନ ପୂର୍ବରୁ କର୍ମଚାରୀଙ୍କ ଦାବି ପୂରଣ କରିବା ପାଇଁ ଆହ୍ୱାନ ଦେଇଥିଲେ  ଶାଖା ସମ୍ପାଦକ ଏଲ ଡି ମହାନ୍ତି । ୨୦ ଗୋଟି ଦାବି ସମ୍ଭଳିତ ଏକ ଦାବିପତ୍ର ମଣ୍ଡଳ ପ୍ରବନ୍ଧକ ହରଭଜନ୍ ସିଂ ବାଜୁଆଙ୍କୁ ପ୍ରଦାନ କରାଯାଇଥିଲା। ଏହି ଆନ୍ଦୋଳନରେ ପୂର୍ବତନ ମଣ୍ଡଳ ସଂଯୋଜକ ମହେନ୍ଦ୍ର କୁମାର ମହାନ୍ତି, କେନ୍ଦ୍ରୀୟ ପଦାଧିକାରୀ  ଏମ ଜି କେ ରାଓ, ଭି ଏସ ପ୍ରସାଦ, ନିରଞ୍ଜନ ମିଶ୍ର, ସୁବ୍ରତ ପଣ୍ଡା, ତ୍ରିଲୋଚନ ମହାନ୍ତି , ଶରତ କୁମାର ପଣ୍ଡା, ଆଶୁତୋଷ ବ୍ରହ୍ମା, ଏ ଶ୍ରୀନିବାସ, ସି ଏସ ସିଂ, ସଞ୍ଜୟ ଦାସ, ନାରୀ ନେତ୍ରୀ ସୁମିତ୍ରା ପଣ୍ଡା, ଦ୍ରୌପଦୀ ମହାରଣା , ରୁନି ବେହେରା, ଅର୍ପିତା ମହାନ୍ତି, ବି ଜାନକୀ, ବିଜୟଲକ୍ଷ୍ମୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। 

Leave a Reply

Your email address will not be published. Required fields are marked *