ବ୍ୟୁରୋ: ଆସନ୍ତା ଜୁଲାଇ ୯ ତାରିଖରେ ଭୁବନେଶ୍ୱର ନାଇଜର ର ସ୍ନାତକ ସମାରୋହରେ ମୁଖ୍ଯ ଅତିଥିଭାବେ ଯୋଗଦେବେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ।

ସମ୍ମାନୀତ ଅତିଥିଭାବେ ଓଡିଶାର ରାଜ୍ଯପାଳ ମାନ୍ଯବର ରଘୁବର ଦାସ, ମୂଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ। ଏହି କାର୍ଯ୍ୟକ୍ରମକୁ ସଭାପତିତ୍ବ କରିବେ ପରମାଣୁ ଉର୍ଜା ବିଭାଗର ସଚିବ ତଥା ନାଇଜର ପରିଚାଳନା କମିଟିର ଅଧ୍ଯକ୍ଷ ଡ ଅଜିତ୍ ମହାନ୍ତି। ସ୍ବାଗତ ଭାଷଣ ଓ ବିବରଣୀ ପାଠ କରିବେ ନାଇଜରର ନିର୍ଦେଶକ ପ୍ରଫେସର ହିରେନ୍ଦ୍ର ନାଥ ଘୋଷ। ଚଳିତ ବର୍ଷ ୧୫୭ ଜଣଙ୍କୁ ସ୍ନାତକ, ୨୧ ଜଣଙ୍କୁ ଏମ୍ଏସି-ପିଏଚ୍.ଡି ,୭୦ ଜଣଙ୍କୁ ପିଏଚ୍.ଡି ଡିଗ୍ରୀ ପ୍ରଦାନ କରାଯିବ । ଏହା ସହିତ ୧୧ ଜଣଙ୍କୁ ବିଭିନ୍ନ ପଦକ ପ୍ରଦାନ କରାଯିବ। ଏ ବର୍ଷ ରସାୟନ ବିଭାଗର ଛାତ୍ର ଶ୍ରୀମାନ୍ ପ୍ରଣୟ ମହାନ୍ତିଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯିବ ବୋଲି ନାଇଜରର କୁଳସଚିବ ଡ. ଅଭୟ ନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *