ବ୍ୟୁରୋ: ନୟାଗଡ଼ ଜିଲ୍ଲା ରଣପୁର ହାତିବାରୀ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବକ ଜଣଙ୍କ ହେଉଛନ୍ତି ତାରିଆ ଗ୍ରାମର ଲିପୁ ସାମନ୍ତରାୟ ।

ଲିପୁ ଏକ ଘରୋଇ ଫାଇନାନ୍ସରେ ସଂସ୍ଥାରେ କାମ କରୁଥିବା ଜଣାପଡିଛି l ସେ ଗତକାଲି ରାତିରେ ଘରୁ ନିଖୋଜ ଥିଲେ। ଆଜି ସକାଳୁ ଜଙ୍ଗଲକୁ କାଠ ଆଣିବା ପାଇଁ କିଛି ଲୋକ ଯାଇଥିବା ବେଳେ, ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ରଣପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ, ମୃତ ଦେହକୁ ଜବତ କରି ପଞ୍ଚନାମା ପାଇଁ ମେଡିକାଲ ପଠାଇଥିଲେ।

Leave a Reply

Your email address will not be published. Required fields are marked *